spot_img

Latest Posts

କେନ୍ଦ୍ରୀୟ ବଜେଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ, ବଜେଟର ଆତ୍ମା କୃଷକ, ଲକ୍ଷ୍ୟ ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ: ଆହୁରି ଆଗକୁ ବଢିବ ଆତ୍ମନିର୍ଭର ଭାରତ। ଚଳିତ ଥର ବଜେଟ୍‌ରେ ସମସ୍ତଙ୍କୁ ଫୋକସ୍ କରାଯାଇଛି। ଚାଷୀଙ୍କ ଉତ୍ପାଦନ ଦୁଇଗୁଣା ବଢିବ ଓ ଯୁବକଙ୍କୁ ରୋଜଗାର ମିଳିବ । କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିବା ସହ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେବଳ ଏତିକି ନୁହେଁ ଆକର୍ଷଣୀୟ ଓ ବିକାଶଶୀଳ ବଜେଟ୍ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର କୃଷକ ମାନେ ଚଳିତ ବଜେଟର ଆତ୍ମା । ଏହି ବଜେଟ୍ ଫଳରେ ଦେଶର ପ୍ରତି କୋଣରେ ବିକାଶ ହେବ । କୃଷକଙ୍କ ହିତ ପାଇଁ ବଜେଟରେ ଅନେକ ପ୍ରାବଧାନ କରାଯାଇଛି।

କରୋନା କାଳରେ ଭୁଶୁଡି ପଡିଥିବା ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ପ୍ରୟାସ କରିଛନ୍ତି । ବିଶେଷ କରି ଏଥର ବଜେଟରେ କୃଷି, ଗ୍ରାମଞ୍ଚଳ ପ୍ରତି ଫୋକସ୍ କରାଯାଇଥିବା ପ୍ରକାଶ କରିଛନ୍ତି ମୋଦି। ସବୁକ୍ଷେତ୍ରକୁ କିଭଳି ମଜବୁତ୍ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି।

ତେବେ କିଭଳି ଭାବେ ଭାରତ ଅର୍ଥନୀତିରେ ସୁଦୃଢ ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Latest Posts

Don't Miss