ଆତଙ୍କବାଦ ନିପାତ ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତି

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ଆତଙ୍କବାଦୀ ଓ ସେମାନଙ୍କୁ ସମର୍ଥନ କରୁଥିବା ରାଷ୍ଟ୍ରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି । ଏଥିସହିତ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ସମର୍ଥନ ଦେଇଥିବାରୁ ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ଭାରତ ଓ ଆଙ୍ଗୋଲା ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏମଓୟୁ ସ୍ବାକ୍ଷର କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କୁ ପୁଣି ଥରେ ଚେତାବନୀ ଦେବା ସହ ସୀମାରେ ଅରାଜକତା ସୃଷ୍ଟିକାରୀ ଶକ୍ତିଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ।