‘ସାଧାରଣ ଲୋକଙ୍କ ଆଶାର ବଜେଟ, ପୂରଣ ହେବ ବିରାଟ ସଂକଳ୍ପ’
1 min readନୂଆଦିଲ୍ଲୀ: ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ସବୁବେଳେ ମଧ୍ୟବିତ୍ତଙ୍କ ପାଇଁ ସରକାର ଠିଆ ହୋଇଛି । ସର୍ବଦା ଆମ କାର୍ଯ୍ୟ ମଧ୍ୟବିତ୍ତଙ୍କ ପାଇଁ କାର୍ଯ୍ୟ କରୁଛୁ । ଏଥିପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକଶିତ ଭାରତର ବିରାଟ ସଂକଳ୍ପକୁ ପୂରଣ କରିବା ପାଇଁ ଏ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ ସାଧାରଣ ଲୋକଙ୍କ ଆଶାର ବଜେଟ । ସମସ୍ତଙ୍କ ସ୍ୱପ୍ନକୁ ପୁରଣ କରିବ ଚଲିତ ବର୍ଷର ଆର୍ଥିକ ବଜେଟ ।
ସହର ମହିଳାଙ୍କ ଠାରୁ ଗାଁରେ ଥିବା ମହିଳା ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ରୋଜଗାର । ଜୀବନକୁ ସହଜ କରିବା ପାଇଁ ସରକାର ଅନେକ କାର୍ଯ୍ୟକ୍ରମମାନ ନେଇଛନ୍ତି ହାତକୁ । ଏହା ସହିତ ମହିଳା SHG ଗ୍ରୁପ ଆଜି ଭାରତେର ବଡ ସାମର୍ଥ୍ୟବାନ ସଂଗଠନ ରୂପେ ଠିଆ ହୋଇଛି । ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହି ବଜେଟରେ ବିଶେଷ ଯୋଜନା ମଧ୍ୟ କରାଯାଇଛି । ଜନଧନ ଆକାଉଣ୍ଟ ମାଧ୍ୟରେ ସାମାନ୍ୟ ପରିବାରର ଗୃହିଣୀ ମାତା ଓ ଭଉଣୀ ଲାଭବାନ ହୋଇଛନ୍ତି ।
ଦୁନିଆରେ ସବୁଠି ବଡ଼ ଅନ୍ନ ଭଣ୍ଡାର ନିର୍ମାଣ କରିଛି ଭାରତ । କୃଷି କ୍ଷେତ୍ରଠାରୁ ପଶୁପାଳକ ପର୍ଯ୍ୟନ୍ତ । ସମସ୍ତଙ୍କ ଉତ୍ପାଦନର ମୂଲ୍ୟ ଦେବାକୁ ସରକାର ପ୍ରହୟାସରତ । ଡିଜିଟାଲ ଦୁନିଆରେ ଆଗକୁ ବଢୁଛି ଭାରତ । ଭାରତରେ ମିଲେଟର ଅନେକ ନାମ ରହିଛି । ତେଣୁ ଘରେ ଘରେ ପହଁଚିଛି ମିଲେଟ । ଏହାର ସର୍ବାଧିକ ଲାଭ ପାଉଛନ୍ତି ଭାରତର ଛୋଟିଆ କୃଷକ । ସୁପରଫୁଡକୁ ଶ୍ରୀ ଅନ୍ନ ନାମରେ ଯୋଜନା କରାଯାଇଛି ।
ଏହି ବଜେଟ ଗ୍ରୀନ ଇକୋନୋମି, ଗ୍ରୀନ ଏନର୍ଜିକୁ ବିସ୍ତାର ଦେବ । ଟେକ୍ନୋଲୋଜି ଏବଂ ଡିଜିଟାଲକୁ ବହୁତ ବଳ ଦେବ ଏବି ବଜେଟ । ଅନେକ କ୍ଷେତ୍ରେର ନୂଆ ଇନଫ୍ରାଷ୍ଟ୍ରକ୍ଚର ଆବଶ୍ୟକତା ରହିଛି । ଚଳିତବର୍ଷ ୧୦ ଲକ୍ଷ କୋଟିର ଅଦ୍ଭୁତପୂର୍ବ ନିବେଶ କରାଯାଇଛି । ଯୁବକଙ୍କୁ ନୂଆ ରୋଜଗାର ଦେବାକୁ ସରକାର ପ୍ରୟାସରତ । ଇଜ ଅଫ ଡୁଇଙ୍କ ବିଜେନେସ ଠାରୁ କ୍ରେଡିଟ ସପୋର୍ଟ ବ୍ୟବସ୍ଥା ।
ବଡ କମ୍ପାନୀ ଠାରୁ ଛୋଟ କମ୍ପାନୀ ସମସ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଇଛି । ବଦଳୁଥିବା ଭରତରେ ମଧ୍ୟମବର୍ଗ ଆଗକୁ ବଢିବେ । ଜୀବନର ପ୍ରତିଟି କ୍ଷେତ୍ରରେ ମଧ୍ୟମବର୍ଗ ପ୍ରଧାନ ଭୂମିକାରେ ଅବସ୍ଥାନ । ଭାରତର ଯୁବକ ହିଁ ଭାରତର ଶକ୍ତି । ଠିକ ସେହିଭଳି ବଢୁଥିବା ଭାରତର ଶକ୍ତି ହେଉଛନ୍ତି ମଧ୍ୟମବର୍ଗ ।