ପ୍ରଧାନମନ୍ତ୍ରୀଙ୍କ ୭୨ ତମ ଜନ୍ମଦିନ, ନିଆରା ଶୁଭେଛା ଜଣାଇଲେ ଶିଳ୍ପୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ  ।  ୭୨ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ  । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଛାର ସୁଅ ଛୁଟୁଛି  । କୋଣ ଅନୂକୋଣରୁ ଶୁଭେଛା ଜଣାଇଛନ୍ତି ପ୍ରଶଂସକ ଏବଂ ବିଶିଷ୍ଟ ରାଜନେତା  । ମୋଦିଙ୍କ ଜନ୍ମଦିନରେ ମଧ୍ୟ ନିଆରା ଢଙ୍ଗରେ ଶୁଭେଛା ଜଣାଇଛନ୍ତି କଳାକାର  । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚା କପ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି  । ସେହିପରି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ପିସ୍ତା ବାଦମରେ ଶୁଭେଛା ଜଣାଇଛନ୍ତି  ।

7ଟି ବାଦାମରେ ମୋଦିଙ୍କର 7ଟି ପ୍ରତିକୃତି ଆଙ୍କିଛନ୍ତି  । ଯାହାକି ବେଶ ଆକର୍ଷିତ ହୋଇଛି  । ମୋଦି ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ହୋଇଥିବାରୁ ପ୍ରିୟଙ୍କା ପିସ୍ତାବାଦାମରେ ଚିତ୍ର କରିବେ ବୋଲି ଭାବିଥିଲେ  । ବାଦାମ ଖାଇଲେ କୁହନ୍ତି ସ୍ମରଣ ଶକ୍ତି ବଢ଼େ  । ସେହିପରି ଭାବେ ମୋଦିଜୀଙ୍କ ଜନ୍ମସ୍ଥାନ ଗୁଜୁରାଟରୁ ତାଙ୍କର କର୍ମସ୍ଥାନ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପିସ୍ତାକୁ କ୍ରମାନୁସାରେ ସଜାଇଛନ୍ତି  । ଏହି ଚିତ୍ରଙ୍କୁ ପ୍ରିୟଙ୍କା ୭ ଘଣ୍ଟାରେ କରିଛନ୍ତି  ।