ଲୋଙ୍ଗେୱାଲାରୁ ମୋଦିଙ୍କ ସମ୍ବୋଧନ, କହିଲେ ‘ଭାରତକୁ ଉସୁକାଇଲେ ପ୍ରଚଣ୍ଡ ଜବାବ ମିଳିବ’

1 min read

ଲୋଙ୍ଗୱାଲା ଚୌକି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ଗହଣରେ ଦୀପାବଳି ପାଳନ କରିଛନ୍ତି । ୧୯୭୧ ଭାରତ-ପାକ୍ ଟ୍ୟାଙ୍କ ଯୁଦ୍ଧକ୍ଷେତ୍ର ଲୋଙ୍ଗେୱାଲାରୁ ଯବାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଚୀନର ନାମ ନନେଇ ବେଜିଂକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିସ୍ତାରବାଦ ଗୋଟିଏ ପ୍ରକାର ମାନସିକ ବିକୃତି,ଯାହା ଉନବିଂଶ ଶତାବ୍ଦୀର ବିଚାରଧାରା । ଏହି ବିଚାରଧାରା ବିରୋଧରେ ଭାରତର ସ୍ୱର ପ୍ରଖର । ନିକଟରେ ଆମ ସେନା ୧୦୦ରୁ ଅଧିକ ଅସ୍ତ୍ର ଓ ସରାଞ୍ଜମ ବିଦେଶରୁ ଆମଦାନୀ ନକରିବା ପାଇଁ ନିଷ୍ପତି ନେଇଛି ।

ପିଏମ୍ କହିଥିଲେ ଯେ, ଆଜି ଦୁନିଆ ଜାଣି ସାରିଛି ଯେ, ଭାରତ ନିଜ ସ୍ୱାର୍ଥ ସହ ସାଲିସ କରିବ ନାହିଁ । ଭାରତର ଏହି ପ୍ରତିଷ୍ଠା ଆପଣଙ୍କ ପରାକ୍ରମ କାରଣରୁ ହିଁ ସମ୍ଭବ ହୋଇଛି । ଆପଣ ମାନେ ଦେଶକୁ ସୁରକ୍ଷିତ କରିଛନ୍ତି,ତେଣୁ ଆଜି ଭାରତ ବିଶ୍ୱ ମଂଚରେ ନିଜ କଥା ରଖି ପାରୁଛି ।
ପିଏମ ଆହୁରି ମଧ୍ୟ କହିଥିଲେ ଯେ, ଅନ୍ତର୍ଜାତୀୟ ସହଯୋଗ ଯେତେ ବଢିଲେ ମଧ୍ୟ ସତର୍କତା ହିଁ ସୁରକ୍ଷା । ସାମର୍ଥ୍ୟ ହିଁ ବିଜୟର ବିଶ୍ୱାସ । ସକ୍ଷମତା ହିଁ ଶାନ୍ତି ପୁରସ୍କାର ।


ବିଶ୍ୱ ଇତିହାସ ଆମକୁ ଏହା କହିଥାଏ ଯେ ସେହି ରାଷ୍ଟ୍ର ସୁରକ୍ଷିତ ଓ ଆଗକୁ ବଢିଥାଏ ଯାହା ଭିତରେ ଆକ୍ରମଣକାରୀଙ୍କ ମୁକାବିଲା କରିବା ପାଇଁ କ୍ଷମତା ଥାଏ ।

Leave a Reply