ଉଦଘାଟିତ ହେଲା କର୍ତ୍ତବ୍ୟ ପଥ, ଇଣ୍ଡିଆ ଗେଟରେ ସ୍ଥାନିତ ନେତାଜୀଙ୍କ ପ୍ରତୀମୂର୍ତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ହୋଇଛି  ।  ଉଦଘାଟିତ ହେଲା କର୍ତ୍ତବ୍ୟ ପଥ । ସେଣ୍ଟର ଭିସ୍ତା ପ୍ରଜେକ୍ଟ ମଧ୍ୟରେ ଆସୁଥିବା ଏହି ଡ୍ରିମ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ ଯାଏ ଯାଇଥିବା ରାଜପଥର ନାମ ବଦଳି ଏବେ କର୍ତ୍ତବ୍ୟପଥ ହୋଇଛି । କର୍ତ୍ତବ୍ୟପଥ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । କର୍ତ୍ତବ୍ୟପଥକୁ ସସଜ୍ଜିତ କରାଯାଇଥିବାବେଳେ ରାଜ୍ୟଓ୍ବାରି ଫୁଡ ଷ୍ଟଲ, ବିଭିନ୍ନ ସୁବିଧା କେନ୍ଦ୍ର, ଭେଣ୍ଡିଂ କିଓସ୍କ ଆଦିର ବ୍ୟବସ୍ଥା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ସହ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱକୁ ଭୁରି ଭୁରି ପ୍ରଶଂସା କରିଥିଲେ  । ଆସନ୍ତା ତିନିଦିନ ଅର୍ଥାତ ଶିକ୍ର,ଶନି ଓ ରବିବାର ନେତାଜୀଙ୍କ ବିରତ୍ୱର ଗାଥାକୁ ଏଲଡି ଲାଇଟ ମାଧ୍ୟମରେ ପ୍ରଦର୍ଶିତ କରାଯିବ ବୋଲି କହିଛନ୍ତି  । ଦେଶ ବଦଳିଛି, ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଉ ୟୁନିଟ ଠାରୁ ନ୍ୟାସନାଲ ୱାର ମେମୋରିଆଲ ଏବଂ ସେଣ୍ଟ୍ରାଲ ଭିସ୍ତା ଏସମସ୍ତ ନୂଆ ଭାରତର ମୁକ ସାଖୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  ।

ଔପନିବେଶିକ ଶାସନ କାଳରୁ ଚାଲି ଆସିଥିବା ବିଭିନ୍ନ ନାମର ପରିବର୍ତ୍ତନ କରିବା ଲାଗି ସରକାର ଘୋଷଣା କରିଥିବା ପ୍ରକ୍ରିୟା କ୍ରମେ ରାଜପଥର ନାମ ବଦଳାଯାଇଛି । ଉଦଘାଟନ ଉତ୍ସବକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଉଦଘାଟନକୁ ଦୃଷ୍ଟିରେ ରଖି ତିଲକମାର୍ଗ, ପୁରାନା କିଲ୍ଲା ରୋଡ, ଶେରଶାହା ରୋଡ, ଡକ୍ଟର ଜାକିର ହୁସେନ ମାର୍ଗ, ପାଣ୍ଡରା ରୋଡ, ଶାହାଜାହାନ ରୋଡ, ଆକବର ରୋଡ, ଅଶୋକା ରୋଡରେ ଟ୍ରାଫିକ ପରିବର୍ତ୍ତନ କରାଯାଇଥିଲା ।