spot_img

Latest Posts

‘ମନ୍ କି ବାତ’ରେ ୩ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୩ଜଣ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି। ନିଜ ଉଦ୍ୟମରେ ଜଙ୍ଗଲ ସୃଷ୍ଟି କରିଥିବା କେନ୍ଦ୍ରାପଡ଼ାର ବିଜୟ କବି ଓ ପାରାଦୀପର ଅମରେଶ ସାମନ୍ତଙ୍କୁ ପ୍ରଣଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ କରୋଟା ଟିକାକରଣକୁ ନେଇ ଚିଠି ଲେଖିଥିବା ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାଛଡ଼ା ଦେଶ ପାଇଁ ମେଡାଲ ଜିତିଥିବେ ମହିଳା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

କରୋନା ଟିକାକୁ ନେଇ ବୟସ୍କଙ୍କ ମଧ୍ୟରେ ରହିଥିବା ଆଗ୍ରହ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୁଷ୍ପା । ସେହିପରି ବିଜୟ ଓ ଅମରେଶଙ୍କ ପ୍ରଚେଷ୍ଟାରେ ତିଆରି ଜଙ୍ଗଲ ଏବେ ସେଠାକାର ଲୋକଙ୍କୁ ବାତ୍ୟାରୁ ସୁରକ୍ଷା ଦେଉଛି। ସେମାନଙ୍କ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି। ଆଜି ୭୫ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ସଫଳ ଓ ସମୃଦ୍ଧ କରିବା ସହ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିଥିବାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

କରୋନା କାଳ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ ମୁକାବିଲା ଲାଗି ଗତବର୍ଷ ମାର୍ଚ୍ଚରେ ଦେଶବାସୀ ଜନତା କର୍ଫ୍ୟୁ ଶବ୍ଦ ଶୁଣିଥିଲେ। ଦେଶବାସୀଙ୍କ ଅଦ୍ଭୁତପୂର୍ବ ସମର୍ଥନ ଯୋଗୁ ଏହା ସଫଳ ହୋଇଥିଲା। ଯାହା କି ସାରା ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା। ପରବର୍ତ୍ତୀ ପିଢ଼ି ଏହାକୁ ନେଇ ଗର୍ବ କରିବ। ଦେଶରେ ଏବେ ଲଗାତାର କରୋନା ସଂକ୍ରମଣ ବଢୁଥିବାରୁ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲୋ । ସମସ୍ତେ କଟକଣା ପାଳନ କରିବା ସହ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ଅପିଲ କରିଥିଲେ।

ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହୁ ଚାଷରେ ‘ମିଠା ବିପ୍ଳବ’ରେ ଭାରତ ନେତୃତ୍ୱ ନେଉଛି। ଅନେକ କୃଷକ ଏହି କାର୍ଯ୍ୟକମରେ ସାମିଲ ହେଉଛନ୍ତି ଏବଂ ସେମାନଙ୍କର ଆୟ ବୃଦ୍ଧି କରୁଛନ୍ତି। ତେଣୁ ଏହା ଆତ୍ମ ନିର୍ଭର ଭାରତର ଏକ ଅଂଶ। ପାରମ୍ପରିକ କୃଷି ସହିତ ନୁଆ ପଦ୍ଧତି ଆପଣାଇବା ଯୋଗୁ କୃଷକଙ୍କ ଆୟ ବଢ଼ିବା ସହ କୃଷି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହେଉଛି ବୋଲି ମୋଦି କହିଛନ୍ତି।

Latest Posts

Don't Miss