ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦ୍ୱିପାକ୍ଷିକ ଆଲୋଚନା

1 min read

ଲୁମ୍ୱିନୀ: ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ଭେଟି ମହାମାୟା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ନେପାଳ ପହଞ୍ଚିଥିବା ବେଳେ ଆଜି ସନ୍ଧ୍ୟାରେ ଭାରତ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଦେଉବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Image

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ,ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୁମ୍ବିନିରେ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସହଯୋଗକୁ ମଜବୁତ କରିବା ଏବଂ ଆମର ବହୁମୁଖୀ ସହଭାଗୀତାରେ ନୂତନ କ୍ଷେତ୍ର ଅନୁସନ୍ଧାନ କରିବା ପାଇଁ ଏହା ଏକ ସୁଯୋଗ । ଜଳ ବିଦ୍ୟୁତ୍ ଏବଂ ସଂଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ଦୁଇ ନେତା ଆଲୋଚନା କରିଛନ୍ତି । ଜଳ ବିଦ୍ୟୁତ୍ ଶକ୍ତି, ବିକାଶ ଏବଂ ସଂଯୋଗୀକରଣ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବିସ୍ତାର କରିବାରେ ଉଭୟ ପକ୍ଷ ବୁଝାମଣାକୁ ଆଗକୁ ବଢାଇବେ ବୋଲି ସେ କହିଛନ୍ତି ।। ୨୦୧୪ପରେ ଏହା ପ୍ରଧାନମନ୍ତ୍ରୀଙ୍କ ୫ମ ଗସ୍ତ । ଉତ୍ତରପ୍ରଦେଶର କୁଶିନଗରରୁ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଲୁମ୍ୱିନୀ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ।

ନେପାଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଅବଗତ କରାଇବା ସହ ପ୍ରତିପକ୍ଷଙ୍କ ଦ୍ୱାରା ଉତ୍ସାହ ସହ ସ୍ୱାଗତ କରାଯାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଏବଂ ନେପାଳ ଲୋକଙ୍କ ମଧ୍ୟକୁ ଆସିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।