ଭାରତୀୟ ନୌସେନାରେ ଯୋଡ଼ିହେଲା ଆଇଏନଏସ୍‌ ବିକ୍ରାନ୍ତ; ଜାଣନ୍ତୁ ଏହାର କ୍ଷମତା

1 min read

କୋଚି: ନୌସେନା ଇତିହାସରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ। ଲୋକାର୍ପଣ ହେଲା ଆଇଏନଏସ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମ ପାଇଁ କେରଳର କୋଚିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ଼ ବହୁ ଅଧିକାରୀ ସାମିଲ ହୋଇଛନ୍ତି । ସମୁଦ୍ର ପତିରକ୍ଷା କ୍ଷେତ୍ରରେ ଗେମ ଚେଞ୍ଚର ସାଜିବ ଆଇଏନଏସ୍ ବିକ୍ରାନ୍ତ।

ଆଇଏନଏ ବିକ୍ରାନ୍ତର କ୍ଷମତା ଓ ବିଶେଷତ୍ତ୍ୱ:

ଆଇଏନଏସ୍ ବିକ୍ରାନ୍ତ । ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ ପୋତ । ଆଇଏନଏସ୍ ବିକ୍ରାନ୍ତର ଓଜନ ୪୫ହଜାର ଟନ୍ । ଆଇଫିଲ ଟାୱାରରେ ଲାଗିଥିବା ଲୁହା ଓ ଷ୍ଟିଲର ପ୍ରାୟ ୪ଗୁଣା ଲୁହାରେ ଏହା ନିର୍ମିତ ହୋଇଛି । ପ୍ରଥମ ସ୍ବଦେଶୀ ଯୁଦ୍ଧପୋତରେ ୭୬ ପ୍ରତିଶତ ସ୍ବଦେଶୀ ଉପକରଣ ଲଗାଯାଇଛି । ନିର୍ମାଣରେ ଭାରତୀୟ ଘରୋଇ ଉଦ୍ଦ୍ୟୋଗୀଙ୍କ ସମେତ ଶହେରୁ ଊର୍ଦ୍ଧ୍ବ ଏମଏସଏମଇ ସାମିଲ ହୋଇଥିଲେ । ବିକ୍ରାନ୍ତର ନିର୍ମାଣ ଲଶଗି ପ୍ରାୟ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୪୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିଥିବା ବହ୍ମୋସ ମିସାଇଲ ଏଥିରେ ରଖାଯାଇପାରିବ । ଏହାର ଦୈର୍ଘ୍ୟ ୨୬୨ ମିଟର ଓ ଉଚ୍ଚତା ୫୯ ମିଟର । ୨୦୦୯ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧପୋତରେ ୨୪ଶହ କିମିର କେବୁଲ ଲଗାଯାଇଛି । ଆଇଏନଏସ ବିକ୍ରାନ୍ତରେ ପ୍ରାୟ ୩୦ଟି ବିମାନ ରହିବାକୁ ବ୍ୟବସ୍ଥା ରହିଛି । ଶତ୍ରୁ ଉପରେ ଆକ୍ରମଣ କରିବା ପାଇଁ ଆଇଏନଏସ୍ ବିକ୍ରାନ୍ତରୁ ଉଡାଣ ଭରିପାରିବ ମିଗ୍-୨୯ K ଫାଇଟର ଜେଟ୍ । ଆଇଏନଏସ ବିକ୍ରାନ୍ତରେ ୧୭୦୦ରୁ ଅଧିକ ଯାତ୍ରୀ ବା ସୈନିକ ଯାଇପାରିବେ । ଏଥିରେ ୨୩୦୦ କମ୍ପାର୍ଟମେଣ୍ଟ ରହିଛି । ଏହା ଏକାଥରକେ ୧୫ ହଜାର କିଲୋମିଟର ଗତିକରିପାରିବ । ଏହା ଘଣ୍ଟା ପ୍ରତି ୫୬ କିଲୋମିଟର ବେଗରେ ଗତି କରିପାରିବ । ଏଥିରେ ୧୯୬ ଅଫିସର ଓ ୧୪୪୯ ଯାତ୍ରୀ ବା ସୈନିକଙ୍କୁ ନେବା କ୍ଷମତା ରହିଛି । ଆଇଏନଏସ ବିକ୍ରାନ୍ତରେ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସହ ପୁଲ୍, କିଚେନ୍ ଓ ମହିଳା ଅଧିକାରୀଙ୍କ ଲାଗି ସ୍ବତନ୍ତ୍ର କେବିନ ରଖାଯାଇଛି । ୮୮ ମେଗାଓ୍ବାଟର ୪ଟି ଇଲେକ୍ଟ୍ରିକ ଟରବାଇନ ଯୋଗେ ଏହା ସଞ୍ଚାଳିତ ହେଉଛି ।