ପିପିଲି ଉପନିର୍ବାଚନ, ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଂ

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତାଦାତା ଅଛନ୍ତି । ସେଥିରୁ ୧୦୭୭ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେବେ । ପୋଷ୍ଟାଲ ବାଲଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ, ୧୬୮ ଜଣ ଭିନ୍ନକ୍ଷମ ଭୋଟର ମତଦାନ କରିବେ । ୬ ତାରିଖରୁ ୧୬ ତାରିଖ ଯାଏ ପୋଷ୍ଟାଲ ବାଲଟରେ ମତଦାନ କରିହେବ ।

Pipili Bye Election, Web Casting From 50 Percentage Booth

୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୭୪୦ ପୋଲିଂ ଅଧିକାରୀ ମୁତୟନ ହେବେ । ସେମାନଙ୍କ ଟ୍ରେନିଂ ସରିଥିବା ବେଳେ ପ୍ରଥମ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ମଧ୍ୟ ଦିଆଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ୭୫ଟି ଅଧିକ ବୁଥ୍ କରାଯାଇଛି । କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ମତଦାନ କରିପାରିବେ ନାହିଁ । ୧୦୨ଟି  କ୍ରିଟିକାଲ୍ ବୁଥ୍ ରହିଛି । ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ଜଣ ନୂଆ ଭୋଟର ସାମିଲ୍ ହୋଇଛନ୍ତି । ନିର୍ବାଚନ ନେଇ ସୂଚନା ଦେଇଛନ୍ତି ସିଇଓ । ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇ ପାରିବ । ସମ୍ମିଳନୀ କକ୍ଷରେ କ୍ଷମତାର ପଚାଶ ପ୍ରତିଶତ ଲୋକ ରହିପାରିବେ । ଏହାକୁ ନମାନିଲେ ଜିଲ୍ଲାପାଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସମସ୍ତ ରାଜନୀତିକ ଦଳ କରୋନା ନିୟମ ଅନୁପାଳନ କରନ୍ତୁ ବୋଲି ସିଇଓ କହିଛନ୍ତି ।

ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯିଛି । ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ । ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଆଇଏଏସ୍ ଏମ.ଭିରା ବ୍ରହ୍ମେୟାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଆଇଏଏସ୍ କୁଲବନ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି ।

Leave a Reply