ନଭେମ୍ବର ପହିଲାରୁ ବ୍ୟାଙ୍କ ଆକାଉଣ୍ଟରେ ଜମା କିମ୍ବା ଉଠାଣ ଉପରେ ଲାଗିବ ଶୁଳ୍କ ? କ’ଣ ରହିଛି ସତ୍ୟତା…

1 min read

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି, ଏବେ  ବ୍ୟାଙ୍କରେ ଟଙ୍କା ଜମା କିମ୍ବା ଉଠାଣ ପାଇଁ ଶୁଳ୍କ ଦେବାକୁ ପଡ଼ିବ । ଏମିତିକି ବ୍ୟାଙ୍କ ଅଫ୍ ବରୋଦା ଯେକୌଣସି କାରବାର ସହ ଜଡିତ ନିୟମଗୁଡ଼ିକୁ ପରିବର୍ତ୍ତନ କରିଛି ବୋଲି ଚର୍ଚ୍ଚା ହେଉଛି । ଯେତେବେଳେ ଏନେଇ ତଦନ୍ତ କରାଗଲା, ସେତେବଳେ ଏହା ମିଥ୍ୟା ବୋଲି ଜଣାପଡିଲା । ବ୍ୟାଙ୍କ ଅଫ୍ ବରୋଦା ସୂଚନା ଦେଇଛି ଯେ, ସେଭିଂ ଆକାଉଣ୍ଟରେ ନଗଦ ଜମା ଏବଂ ନଗଦ ଉଠାଣ ଉପରେ କୌଣସି ଦେୟ ବୃଦ୍ଧି କରାଯାଇ ନାହିଁ ।

ଉଡ଼ା ଖବର କ’ଣ ଥିଲା ?

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ନଭେମ୍ବର ପହିଲାରୁ ଗ୍ରାହକଙ୍କ ପାଇଁ କିଛି ନିୟମ ପରିବର୍ତ୍ତନ କରାଯାଉଛି । ଏହି ପରିବର୍ତ୍ତନଗୁଡିକ କରେଣ୍ଟ ଆକାଉଣ୍ଟ, ଓଭରଡ୍ରାଫ୍ଟ ଆକାଉଣ୍ଟ, କ୍ୟାସ୍‌ କ୍ରେଡିଟ୍‌ ଆକାଉଣ୍ଟ, ସେଭିଂସ୍‌ ଆକାଉଣ୍ଟ ଏବଂ ଅନ୍ୟ ଆକାଉଣ୍ଟରେ ନଗଦ ଜମା କିମ୍ବା ଉଠାଣ ତାଥା ଚେକ୍‌ବୁକ୍‌ ସର୍ଭିସ୍‌ ଉପରେ କରାଯାଇଛି । ଏହାର ଅର୍ଥ ନଭେମ୍ବର ପହିଲାରୁ ଧାର୍ଯ୍ୟ ସୀମାଠାରୁ ଅଧିକ ବ୍ୟାଙ୍କିଂ ସେବା ନେଲେ ଏଥିପାଇଁ ପୃଥକ ଶୁଳ୍କ ଦେବାକୁ ପଡିବ । ତେବେ ଏନେଇ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପିଏନବି, ଆକ୍ସିସ୍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ବାସ୍ତବରେ କ’ଣ ରହିଛି ନିୟମ ? ଟଙ୍କା ଉଠାଣରେ ଚାର୍ଜ କେତେ ?

୧.କରେଣ୍ଟ ଆକାଉଣ୍ଟ୍, ଓଭରଡ୍ରାଫ୍ଟ ଏବଂ ସିସି ଆକାଉଣ୍ଟରୁ ମାସକୁ ମାତ୍ର ୩ ଥର ଯେକୌଣସି ବ୍ରାଞ୍ଚରୁ ଟଙ୍କା ଉଠାଣ ହୋଇପାରିବ । ତିନି ଥରରୁ ଅଧିକ ହେଲେ ଏଥିପାଇଁ ଶୁଳ୍କ ଦେବାକୁ ପଡ଼ିବ । (ATM ଜାରିଆରେ ଟଙ୍କା ଉଠାଣ ଏଥିରେ ସାମିଲ ନାହିଁ)

୨.ଚତୁର୍ଥ ଥରଠାରୁ ଏହି ନେଣଦେଣ ପାଇଁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।

୩.ମେଟ୍ରୋ ଏବଂ ଅର୍ବାନ୍‌ ବ୍ରାଞ୍ଚର ସେଭିଂ ଆକାଉଣ୍ଟରୁ ମାସକୁ ୩ ଥର ନଗଦ ଟଙ୍କା ଉଠାଣ ମାଗଣା । (ଏଟିଏମ୍‌ ଉଠାଣକୁ ବାଦ ଦେଇ)

୪.ଚତୁର୍ଥ ଥରଠାରୁ କାରବାର ପାଇଁ ୧୨୫ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ।

୫.ଗ୍ରାମୀଣ ଓ ଅର୍ଦ୍ଧ ସହରୀ ବ୍ରାଞ୍ଚର ସିନିୟର ସିଟିଜେନ୍‌ ଆକାଉଣ୍ଟ, ସେଭିଂ ଆକାଉଣ୍ଟ, ପେନସନଭୋଗୀ ଆକାଉଣ୍ଟରୁ ମାସକୁ ୩ ଥର ନଗଦ ଟଙ୍କା ଉଠାଣ କରାଯାଇପାରିବ । ଏହା ପରେ ଚତୁର୍ଥ ଥର କାରବାର ପାଇଁ ୧୦୦ ଟଙ୍କା ଚାର୍ଜ ଲାଗିବ ।

ଟଙ୍କା ଜମା ଉପରେ କେତେ ଚାର୍ଜ ?

୧.କରେଣ୍ଟ ଆକାଉଣ୍ଟ୍, ଓଭରଡ୍ରାଫ୍ଟ, କ୍ୟାସ୍ କ୍ରେଡିଟ୍ ଓ ଅନ୍ୟାନ୍ୟ ଆକାଉଣ୍ଟ୍ ପାଇଁ ନଭେମ୍ବର ପହିଲାରୁ ଲୋକାଲ କିମ୍ବା ବାହାର ବ୍ରାଞ୍ଚରେ ଟଙ୍କା ଜମା କଲେ ଶୁଳ୍କ ଦେବାକୁ ପଡ଼ିବ । ତେବେ ଯେଉଁମାନେ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଡିପୋଜିଟ୍‌ କରିବେ ସେମାନଙ୍କ ପାଇଁ ଶୁଳ୍କ ଲାଗୁ ହେବ । ଏକ ଲକ୍ଷ ଟଙ୍କାରୁ ଯେତିକି ଅଧିକ ହେବ ପ୍ରତି ଏକ ହଜାର ଟଙ୍କା ପାଇଁ ୧ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ।

୨.ଏହି ଶୁଳ୍କ ସର୍ବନିମ୍ନ‌ ୫୦ ଟଙ୍କା ଓ ସର୍ବାଧିକ ୨୦ ହଜାର ଟଙ୍କା ରହିବ ।

୩.ତେବେ ଆଉଟ୍‌ ଷ୍ଟେସନ୍‌ରେ ଯଦି କୌଣସି ବ୍ରାଞ୍ଚରେ ଗ୍ରାହକ ଟଙ୍କା ଡିପୋଜିଟ୍‌ କରନ୍ତି ତେବେ, ୨୫ ହଜାରରୁ ଅଧିକ ନଗଦ ଜମା ଉପରେ ପ୍ରତି ଏକ ହଜାର ଟଙ୍କା ପାଇଁ ୨ ଟଙ୍କା ୫୦ ପଇସା ଶୁଳ୍କ ଦେବାକୁ ପଡ଼ିବ । ଏହି ନିୟମ ପୂର୍ବରୁ ରହିଛି ।

୩.ମେଟ୍ରୋ ଏବଂ ସହରୀ ବ୍ରାଞ୍ଚରେ ଥିବା ସେଭିଂ ଆକାଉଣ୍ଟରେ ୩ ଥର ନଗଦ ଜମା କରିବା ପରେ ଚତୁର୍ଥ ଥରଠାରୁ ପ୍ରତି ଜମା ପିଛା ୫୦ ଟଙ୍କା ଚାର୍ଜ ଲାଗିବ ।

୪. ଗ୍ରାମୀଣ ଏବଂ ଅର୍ଦ୍ଧ ସହରୀ ବ୍ରାଞ୍ଚର ଆକାଉଣ୍ଟରେ ତିନିଥର ଜମା କରିବା ପର୍ଯ୍ୟନ୍ତ କୌଣସି ଶୁଳ୍କ ନଥିବା ବେଳେ ଚତୁର୍ଥ ଥରଠାରୁ ୪୦ ଟଙ୍କା ଦେବାକୁ ପଡିବ ।

Leave a Reply