୬ ସପ୍ତାହରେ ଦ୍ବିତୀୟ ଥର କୋରୋନା ସଂକ୍ରମିତ ଫାଇଜର ସିଇଓ

ୱାଶିଂଟନ: ୬ ସପ୍ତାହରେ ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ଫାଇଜର ସିଇଓ ଆଲବର୍ଟ ବୌର୍ଲା  । ଆମେରିକାର ପ୍ରତିଷ୍ଠିତ ଔଷଧ କମ୍ପାନୀ ନିର୍ମାତା ଫାଇଜରର ସିଇଓଙ୍କୁ ବାରମ୍ବାର ଟାର୍ଗେଟ କରୁଛି କୋରୋନା  । ବୁଷ୍ଟର ଡୋଜ ନେବା ପୂର୍ବରୁ ଆଲବର୍ଟଙ୍କୁ ଆଟାକ୍‌ କରିଛି କୋରୋନା । କୋଭିଡ ସଂକ୍ରମଣର ତିନି ମାସ ପୂରଣ ହୋଇଥିଲେ ବୁଷ୍ଟର ନେଇଥାନ୍ତେ ଆଲବର୍ଟ  ।

କୋରୋନା ଲଢେଇରେ ଫାଇଜର ମୁଖ୍ୟ ଭୂମିକା ନେଇଥିବାବେଳେ କମ୍ପାନୀ ନିର୍ମାତା କିନ୍ତୁ ବାରମ୍ବାର ଘାତକ ରୋଗର ଶିକାର ହେଉଛନ୍ତି  ।

କୋରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ସାଧାରଣ ଲୋକ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ  । ଯାହାକି ବୁଷ୍ଟର ଭଳି କାମ କରିଥାଏ  । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସୁସ୍ଥ ହେବାର ତିନି ମାସ ମଧ୍ୟରେ ପୁଣିଥରେ ଆକ୍ରାନ୍ତ ହେବାର ସମ୍ଭାବନା କମ୍‌ ରହିଥାଏ ।

କିନ୍ତୁ କୋରୋନା ସଂକ୍ରମଣର ବେଗ ଅଧିକ ଓ କମ୍ୟୁନିଟି ସ୍ପ୍ରେଡର ଭୟ ଥିଲେ ଅଥବା କମ ରୋଗ ପ୍ରତିରୋଧକ ଶକ୍ତି ଥିଲେ ୩ ମାସ ପର୍ଯ୍ୟନ୍ତ ବୁଷ୍ଟର ନେବା ପାଇଁ ଅପେକ୍ଷା କରିବା ଉଚିତ ନୁହେଁ । ସେପ୍ଟେମ୍ବର ୧ ରେ ଫାଇଜର ଓ ମର୍ଡନାର ଅପଡେଟେଡ ବୁଷ୍ଟରକୁ ଗ୍ରୀନ୍‌ ସିଗନାଲ୍‌ ମିଳିଥିଲା ।

ଏହି ବୁଷ୍ଟର ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବ୍ୟବହାରଯୋଗ୍ୟ ଅଟେ । ମାତ୍ର ୩୦ ମାଇକ୍ରୋଗ୍ରାମ ଡୋଜ୍‌ ଲୋକଙ୍କୁ ଦେବା ପାଇଁ ନିୟମ ଲାଗୁ କରିଛି ଫାଇଜର  ।