ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଏବେବି ଜଣେ ନିରୁଦ୍ଦିଷ୍ଟ
1 min readଭୁବନେଶ୍ୱର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନିରୁଦ୍ଦିଷ୍ଟ ଅଛନ୍ତି । ବିସ୍ଫୋରଣର ୨୪ ଘଣ୍ଟା ପରେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପରୁ ଡିଜେଲ ଓ ଗ୍ୟାସ୍ ବାହାର କରାଯାଇଛି । ପେଟ୍ରୋଲ କାଢିବାକୁ ସମୟ ଲାଗିବ । ତାପରେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଥିବା ରାସ୍ତା ଖୋଲିବ । ସନ୍ଧ୍ୟା ସୁଦ୍ଧା ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ରାସ୍ତା । ସ୍ୱାଭାବିକ ହେବ ଯାତାୟାତ ।
ବର୍ତ୍ତମାନ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ପଡ଼ିଥିବା ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ ବୋଲି କହିଛନ୍ତି ପୋଲିସ କମିଶନର । ଆଇଓସି ପକ୍ଷରୁ ସେଠାରେ କେଉଁ କାମ ଚାଲିଥିଲା, ତା’ର ତଦନ୍ତ କରୁଛି କମିଶନରେଟ୍ ପୋଲିସ । ଲୋକଙ୍କ ପାଇଁ ଏତେବଡ଼ ଅପରେସନ ସଫଳ ହେଲା ବୋଲି ପୋଲିସ କମିଶନର କହିଛନ୍ତି ।
ସେପଟେ ବିସ୍ଫୋରଣର କାରଣ ଗ୍ୟାସ୍ ଲିକ୍ ବୋଲି ପେସୋ ସ୍ପଷ୍ଟ କରିଛି। ଫିଲିଂ ଷ୍ଟେସନ୍ରେ ଏଲ୍ପିଜି ରିଫିଲିଂ ବେଳେ ଲିକ୍ ହୋଇ ନିଆଁ ଲାଗି ଯିବାରୁ ବିସ୍ଫୋରଣ ହୋଇଥିଲ । ବିସ୍ଫୋରଣ ବେଳେ ସାଢେ ୪ ଟନ୍ ଏଲପିଜି ଏବଂ ୧୦ ହଜାର ଲିଟର ପାଣି ଥିଲା । ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା, ତା ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହୋଇଥିଲା । ଏଲ୍ପିଜି ରିଫିଲିଙ୍ଗ ବେଳେ ଲିକ୍ ହୋଇ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା । ପେଟ୍ରୋଲିଅମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନର-ପେସୋର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ଏହି ସୂଚନା ଦେଇଛନ୍ତି ।