ରଙ୍ଗେଇଲୁଣ୍ଡାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହଟହଟା, ପତାକା ଉଡ଼ାଇ ନପାରି ଫେରିଗଲେ

ଗୋପାଳପୁର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ । ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ପଞ୍ଚାୟତର କମଳାପୁରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପତାକା ଉତ୍ତୋଳନ କରିବାକୁ ଯାଉଥିବା ବେଳେ, ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଛନ୍ତି । ବିଜେଡିରୁ ବିତାଡିତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବାରୁ ତାଙ୍କ ପତାକା ଉତ୍ତୋଳନକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।
ପତାକା ଉତ୍ତୋଳନ ସ୍ଥଳକୁ ନଛାଡିବା ଲାଗି ତାଙ୍କ ଗାଡିକୁ ଅଟକାଇଥିଲେ ଲୋକେ । ସ୍ଥାନୀୟ ଲୋକ ବିଧାୟକଙ୍କୁ କଳା ପତାକା ଦେଖାଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ବେଶ କିଛି ସମୟ ବଚସା ହୋଇଥିଲା । ବଚସା ବେଳେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ବିଧାୟକ ପତାକା ଉତ୍ତୋଳନ କରିନପାରି ଫେରିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥଲା । ଧସ୍ତାଧସ୍ତି ବେଳେ ଉଭୟ ପକ୍ଷଙ୍କୁ ନିୟନ୍ତ୍ରଣ କରିଥିଲା ପୋଲିସ ।