ମୁକ୍ତା ଚାଷ ପ୍ରତି ଆକୃଷ୍ଟ ଯୁବପିଢ଼ି: ୟୁଟ୍ୟୁବ୍ ଦେଖି ଆରମ୍ଭ କଲେ ଚାଷ

1 min read

ସୋନପୁର: ବଢୁଛି ମୁକ୍ତା ଚାଷର ଚାହିଦା । ଧନୀ ଲୋକଙ୍କ ସୌଖୀନ ସାମଗ୍ରୀ ପାଲଟିଛି ମୁକ୍ତା । ବଜାର ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ପୂର୍ବ ଓ ଉତ୍ତର ଓଡ଼ିଶା ପରେ ଏବେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ଚାଷ । ୟୁ-ଟ୍ୟୁବରୁ ଦେଖିବା ପରେ ତାଲିମ ନେଇ ଶାମୁକା ଚାଷ କରୁଛନ୍ତି ସୁବର୍ଣ୍ଣପୁର ବୀରମହାରାଜପୁର ଯୁବକ ।

ବଢୁଛି ମୁକ୍ତାର ଚାହିଦା । ରୋଜଗାର ମାଧ୍ୟମ ପାଲଟିଛି ମୁକ୍ତା ଚାଷ । ଉତ୍ତର ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ଚାଷ । ଶାମୁକା ଚାଷ ପ୍ରତି ଆକୃଷ୍ଟ ହେଇଛନ୍ତି ଯୁବପିଢ଼ି । ପ୍ରଥମେ ୟୁଟ୍ୟୁବ୍‌ରେ ଦେଖିବା ପରେ ତାଲିମ ନେଇ ଚାଷ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଚାଷୀ ଅଭିମନ୍ୟୁ ଓ ତାଙ୍କ ସହଯୋଗୀ । ମାଛ ଚାଷ ଭଳି କୁଣ୍ଡ ପ୍ରସ୍ତୁତ କରି ମଧୁର ଜଳରେ ଶାମୁକା ଚାଷ କରୁଛନ୍ତି । ୧୨ ମାସ ଭିତରେ ମୁକ୍ତା ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ବିକ୍ରି କରି ଦୁଇ ପଇସା ଲାଭ ଆଶା ରଖିଛନ୍ତି ଚାଷୀ ।

ପ୍ରଥମଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ମୁକ୍ତା ଚାଷ ଆରମ୍ଭ ହୋଉଛି । ବାଲେଶ୍ୱର ବ୍ୟବସାୟୀଙ୍କ ସହଯୋଗରେ ତିନି ବର୍ଷ ପାଇଁ ଶାମୁକା ଆଣି ଚାଷ କରୁଛନ୍ତି ଅଭିମନ୍ୟୁ ଓ ତାଙ୍କ ସାଙ୍ଗମାନେ । ଗୋଟିଏ ଶାମୁକା ମୂଲ୍ୟ ୧୦ ଟଙ୍କା ପଡୁଥିବା ବେଳେ ଏଥିରେ ୫୦ ଟଙ୍କା ଖର୍ଚ୍ଚ ହେଉଛି । ଆଉ ବର୍ଷକ ମଧ୍ୟରେ ଦ୍ୱିଗୁଣା ଲାଭ ହେବ ବୋଲି ଆଶା ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଧାନସଭାରେ ପ୍ରତିବାଦ ବେଳେ ଅସୁସ୍ଥ ହୋଇପଡ଼ିଲେ ତାରା ବାହିନୀପତି

ପାରମ୍ପରିକ ଚାଷରେ ଅନେକ କ୍ଷତି ହେଉଥିବା ବେଳେ ମୁକ୍ତା ଚାଷରେ ପ୍ରତି ଆକୃଷ୍ଟ ହେଉଛନ୍ତି ଚାଷୀ । ଆଗକୁ ଭଲ ଚାଷ ହେଲେ ଦୁଇ ପଇସା ରୋଜଗର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟିବେ ଏହି ତିନି ଚାଷୀ ।

Leave a Reply