ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ନନ୍ଦିଘୋଷ ବ୍ୟୁରୋ: ପିକଅପ ଓ ବାଇକ ମୁହାଁମୁହିଁ ଧକ୍କା । ଦୁଇ ବାଇକ ଆରୋହୀ ମୃତ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝାଡ଼କୁସୁମୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ହେଲେ ପାପଡାହାଣ୍ଡି ବ୍ଲକ  ପାତ୍ରଗୁଡାର ପ୍ରସାଦ ଓ ବାଲିଗୁଡାର ରେବତୀ ଜାନୀ । ମୃତକ ଦୁଇ ଜଣ  ମୈଦଲପୁର  ପଟରୁ ପାପଡାହାଣ୍ଡି ଆଡକୁ ଆସୁଥିଲା ବେଳେ ସାମ୍ନାପଟରୁ  ପିକଅପ ଭ୍ୟାନଟି ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ  ବାଇକର ପଛ ସିଟ ରେ ବସିଥିବା ମହିଳା ଜଣକ ଚିକିତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଛି  । ପୋଲିସ ପିକଅପ ଭ୍ୟାନ ଡ୍ରାଇଭର ଓ ହେଲ୍ପରଙ୍କୁ ଥାନାରେ ଅଟକ ରଖି  ଶବକୁ ଜବତ କରିଛି । ପାପଡାହାଣ୍ଡି ଥାନା ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବ ବୋଲି ସୂଚନା ଦିଆଯାଇଛି ।