ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା; ୨୦୨୪ ପାଇଁ ପ୍ରସ୍ତୁତ କରିବେ ରୋଡ ମ୍ୟାପ୍

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା । ଦଳର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା କରିବା ସହ ନବ ସଂକଳ୍ପ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ । କେବଳ ସେତିକି ନୁହେଁ, ପିସିସି ସଭାପତି ତାଙ୍କ ନୂଆ ଟିମ୍ ଗଠନ ନେଇ ମଧ୍ୟ ଆଲୋଚନା କରିବେ । ଦଳରେ ଶୃଙ୍ଖଳା ଓ ୨୦୨୪ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ନେଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ପିସିସି ସଭାପତି । ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିୀ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଏହି ଗସ୍ତ ସମୟରେ ପିସିସି ସଭାପତିଙ୍କ ସହ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଓ ସହ ପ୍ରଭାରୀ ଉପସ୍ଥିତ ରହିବେ

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ଶରତ ପଟ୍ଟନାୟକଙ୍କୁ ନୂଆ ପିସିସି ସଭାପତିଭାବେ ନିଯୁକ୍ତ କରାଯାଇଛି । ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି  । ଏଥିସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ  ।

ପୁନର୍ବାର ତାଙ୍କୁ ଦଳ ପିସିସି କରିବା ପରେ ସେ ଦ୍ୱିତୀୟ ଥର ପାଇଁ  ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।  ୧୯୯୧ ଓ ୧୯୯୬ରେ ସେ ବଲାଙ୍ଗୀରରୁ ସାଂସଦ ହୋଇଥିଲେ । ଚିନ୍ତନ ବୈଠକ ପରେ ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂଆ ପିସିସି ସଭାପତିଙ୍କ ସହ ନୂଆ ନେତାଙ୍କୁ ମିଳିଛି ଦାୟିତ୍ୱ । ତୃଣମୂଳସ୍ତରରୁ ସଂଗଠନର କାୟାକଳ୍ପ ପରିବର୍ତ୍ତ କରିବାକୁ କଂଗ୍ରେସର ଚିନ୍ତନ ଶିବିରରେ ନିଷ୍ପତ୍ତି ହୋଇଥିବା ଜଣା ପଡିଛି ।

ଏଥିସହିତ ପଢ଼ନ୍ତୁ: ଟାର୍ଗେଟ କିଲିଂ ପରେ ଆକ୍ସନ ମୋଡରେ ସେନା; ୨ଆତଙ୍କବାଦୀ ନିପାତ