ପିସିବିର ବଡ଼ ଯୋଜନା, ଏହି ୩ ଖେଳାଳିଙ୍କ ଉପରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ

1 min read

ନନ୍ଦିଘୋଷ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନର ପରାଜୟ ପରେ ଏବେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି କି, ୩ଜଣ ଖେଳାଳିଙ୍କ ଉପରେ ପିସିବି ପକ୍ଷରୁ ନଜର ରଖାଯାଇଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠନ ମଧ୍ୟ ଗ୍ରହଣ କରାଯାଇପାରେ । ଅଧିନାୟକ ବାବର ଆଜମ, ମହମ୍ମଦ ରିଜଓ୍ବାନ ଏବଂ ଶଦାବ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ପିସିବି । ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

କହି ରଖୁଛୁ କି, ପାକିସ୍ତାନ ଚଳିତ ଟି-୨୦ ବିଶ୍ବକପରେ ପ୍ରଥମ ମ୍ୟାଚରେ ଆମେରିକାଠାରୁ ପରାସ୍ତ ହୋଇଛି । ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ ଖେଳୁଥିବା ଆମେରିକାଠାରୁ ସୁପର ଓଭରରେ ପାକିସ୍ତାନ ପରାସ୍ତ ହୋଇଥିଲା । ଏହାପରେ ଭାରତଠାରୁ ମଧ୍ୟ ପରାସ୍ତ ହୋଇଛି । ଯାହାକୁ ନେଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ବେଶ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଭାରତ ୧୧୯ ରନ କରିଥିବାବେଳେ ପାକିସ୍ତାନ ଆଗରେ ମାତ୍ର ୧୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକି ପାକିସ୍ତାନ ସହଜରେ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ଏପରିକି ପ୍ରଥମରୁ ପାକିସ୍ତାନ ବ୍ୟାଟିଂ ମଧ୍ୟ ଭଲ କରିଥିଲା । ମାତ୍ର ପରେ ପାକିସ୍ତାନର ବ୍ୟାଟିଂ ପତନ ସମସ୍ତଙ୍କ ବେଶ ଚକିତ କରିଥିଲା । ଏବଂ ପାକିସ୍ତାନର ପରାଜୟ ପରେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା କୁହାଯାଉଛି ।