ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର

1 min read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ହସ୍ପିଟାଲରେ ଡାକ୍ତରଙ୍କ ଉନ୍ମତ୍ତକାଣ୍ଡ । ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡାକ୍ତର । ମାଡ଼ ମାରିବା ବେଳର ଭିଡ଼ିଓ ହୋଇଛି ଭାଇରାଲ । ଡାକ୍ତରଙ୍କୁ ଚାକିରିରୁ ବହିସ୍କାର ପାଇଁ ଧାରଣାରେ ବସିଛନ୍ତି ଲୋକେ । ଜାତୀୟ ରାଜପଥ ୧୩୦-ସିକୁ ଅବରୋଧ ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଡାକ୍ତର ଶୈଳେଶ କୁମାର ଦୋରାଙ୍କୁ ପୋଲିସ ଅଟକ ରଖିଛି । ଗତକାଲି ରାତିରେ ଡ୍ୟୁଟିରେ ଥିବା ଡାକ୍ତର ଶୈଳେଶ କୁମାର ଦୋରା କୌଣସି କଥାକୁ ନେଇ ରୋଗୀଙ୍କୁ ମାଡ଼ ମାରିଥିଲେ ।

ସୂଚନା ଅନୁସାରେ, ଗୋଗୀ ଜଣଙ୍କ ପେଟରେ ଜନ୍ତ୍ରଣା ପାଇଁ ଚିକିତ୍ସାଳୟ ଯାଇଥିଲେ । ତେବେ ସେଠାରେ ଥିବା ଡାକ୍ତର ଜଣଙ୍କ ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହୋଇଛି । ଜଦିଓ କାରଣ ସ୍ପଷ୍ଟ ହୋଇ ନଥିଲା ତେବେ ଡାକ୍ତରକୁ ଅଟକ ରଖିଛି ପୋଲିସ   ।