ପଠାନକୋଟରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା ବିଜୟ

ପଠାନକୋଟ: ପଞ୍ଜାବର ପଠାନକୋଟ ଜିଲ୍ଲାରେ ସୁଜାନପୁର, ଭୋଆ ଏବଂ ପଠାନକୋଟ ଆସନ ଆସିଥାଏ । ପଞ୍ଜାବର ପ୍ରଥମ ଫଳାଫଳ ଆସିଯାଇଛି । ପଠାନ କୋଟରୁ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା ବିଜୟ ହୋଇଛନ୍ତି । ତାଙ୍କୁ ସମୁଦାୟ ୪୨,୭୮୭ ଭୋଟ ମିଳିଛି । ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସର ଅମିତ ବିଜଙ୍କୁ ସମୁଦାୟ ୩୫,୧୫୯ଟି ଭୋଟ ମିଳିଛି ।

ସେହିପରି ସୁଜାନପୁର ବିଜେପି ଗଡ଼ । ୨୦୦୭ପର ଠାରୁ  ବିଜେପି ଏଠାରେ କବଜା କରିଛି । ଏଥର କଂଗ୍ରେସର ନିତେଶ ପୁରୀ, ଆପର ଅମିତ ସିଂହ ବିଜେପିର ଦିନେଶ କୁମାର ବବୁଙ୍କ ମଧ୍ୟରେ ଚାଲିଥିଲା ଲଢେଇ । ୨୦୧୭ରେ ଏଠାରେ ବିଜେପି ବିଜୟ ହାସଲ କରିଥିଲା । ଏବଂ  ବିଜେପିର ଦିନେଶ ସିଂହ ବିଧାୟକ ହୋଇଥିଲେ ।

ଅନ୍ୟପଟେ ଭୋୟା ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳ । ଏଠାରେ କଂଗ୍ରେସର ଯୋଗେନ୍ଦର ପାଲ, ବିଜେପିର ସୀମା କୁମାରୀ ଏବଂ ଆପର ଲାଲ ଚନ୍ଦ ପ୍ରାର୍ଥୀ ହୋଇଥିଲେ । ଏଠାରେ ମଧ୍ୟ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ବିଜେପିର କବଜା ରହିଥିଲା କିନ୍ତୁ ୨୦୧୭ କଂଗ୍ରେସ ଏଠାରେ ବାଜି ମାରିଥିଲା ଏବଂ ଯୋଗେନ୍ଦର ପାଲ ବିଧାୟକ ହୋଇଥିଲେ ।