ବ୍ରାହ୍ମଣୀରେ କମିଛି ବନ୍ଯା, ପଟ୍ଟାମୁଣ୍ଡାଇରେ ଲୋକଙ୍କ ବଢିଛି ଦୁର୍ଦ୍ଦଶା

ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀରେ କମିଛି ପାଣି । କମିଛି ବନ୍ୟା ପ୍ରକୋପ। ବନ୍ୟାଯିବା ପରେ ବଳି ଯାଇଛି ତା ପରର ଦୁଃଖ । କେଉଁଠି ଘର ଧୋଇ ହୋଇଯାଇଛି ତ ଆଉ କେଉଁଠି ଘର ଉପରେ ମାଡିଯାଇଛି ବନ୍ୟାପାଣି । ତ ଆଉ କେଉଁଠି ଘରର କାନ୍ଥ ଦବି ଯାଇଛି । ଏ ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଦୃଶ୍ଯ । ଖାଲି ସେତିକି ନୁହେଁ ନଳକୂପ ବୁଡିଯାଇଥିବା ବେଳେ ବୋରିଂ ମଧ୍ୟ ଅଚଳ ହୋଇପଡିଛି ।
ଦୀର୍ଘ ୧୦ ଦିନ ହେଲା ଜମିରେ ପାଣି ଜମି ରହିବାରୁ ତଳି ସବୁ ପଚି ନଷ୍ଟ ହୋଇଗଲାଣି । ଚାଷ ଆରମ୍ଭରୁ ବନ୍ଯା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ସାରିଲାଣି । ଯଦି ସରକାର କମ ଅବଧିର ଧାନ ବିହନ ମାଗଣାରେ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଅନ୍ତେ ହୁଏତ ଚାଷୀ ପୁଣି ଚାଷ କରିପାରନ୍ତେ ବୋଲି କହିଛନ୍ତି ।
ପଟ୍ଟାମୁଣ୍ଡାଇରେ ଆଜି ବି ଅନେକ ସ୍ଥାନରେ ପାଣି ଜମି ରହିଛି । ଲୋକେ ବନ୍ଯା ପାଣି ଫୁଟାଇ ପିଉଥିବା ବେଳେ ଅନେକଙ୍କ ଚୁଲି ଜଳିନି । କୁଟା, ଘାସ ସବୁ ବନ୍ୟା ପାଣି ଲାଗି ପଚି ଯିବାରୁ ଗୋଖାଦ୍ୟର ଘୋର ଅଭାବ ଦେଖାଦେଇଛି । ଅନ୍ଯପଟେ ସ୍ଥାନୀୟ ବିଡିଓ କହିଛନ୍ତି, ଗୋଖାଦ୍ଯ ଯୋଗାଇ ଦିଆଯିବା ସହ କ୍ଷୟକ୍ଷତିର ଆକାଳନ କରାଯାଇ ସରକାରଙ୍କ ଜଣାଇ ଦିଆଯାଇଛି । ନିର୍ଦ୍ଦେଶ ଆସିଲେ କ୍ଷତିପୂରଣ ଯୋଗାଇ ଦିଆଯିବ । ବନ୍ଯା ବିପନ୍ନଙ୍କୁ ସରକାର ଶୀଘ୍ର ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।