ପାଠପଢା ଚାଲିଥିବା ବେଳେ ଅସୁସ୍ଥ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ପାଠପଢା ଚାଲିଥିବା ବେଳେ ଅସୁସ୍ଥ ହେଲେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ । ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ ହାଇସ୍କୁଲ ଓ ହସିମୁଦୀନ ସ୍କୁଲରେ । ହାଇସ୍କୁଲରେ ସକାଳ ପ୍ରାର୍ଥନା ଶେଷ ହେବା ପରେ ପ୍ରଥମ ପିରିୟଡ ଚାଲିଥିଲା । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କମନରୁମରେ ବିଶ୍ରାମ ଦିଆଯାଇଥିଲା । ପରେ ଜଣକ ପରେ ଜଣେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବାନ୍ତି କରିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।