ପୁଣି ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

ରାୟଗଡ଼ା: ବିଶାଖାପାଟଣା ଠାରୁ ରାୟଗଡ଼ା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିଶାଖାପାଟଣା ଏବଂ ବିଜୟନଗରମ ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ ଯାଇଛି । ବିଶାଖାପାଟଣା ଠାରୁ ଡିଆରଏମ୍ କାର୍ଯ୍ୟାଳୟ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।