କରୋନା ପ୍ରଭାବ: ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ଅଟକିବ ନାହିଁ ଯାତ୍ରୀବାହୀ ଟ୍ରେନ୍

1 min read

ଭୁବନେଶ୍ୱର:  କୋଭିଡ-୧୯ ଭୁତାଣୁର ମାତ୍ରାଧିକ ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ ଦୃତଗତିରେ ବୃଦ୍ଧି ପାଉଛି । ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ରାଜ୍ୟ ସରକାର ଜିଲ୍ଲାର କୌଣସି ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ୍ ଅଟକିବ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ପୂର୍ବତଟ ରେଳପଥକୁ ସୂଚୀତ କରାଯାଇଛି । ଗଞ୍ଜାମ ସହ ବାଲୁାଗାଁ ଷ୍ଟେସନକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ରେଳଯାତ୍ରୀଙ୍କ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଉଥିବା ଜଣା ପଡିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ଏବଂ ଟ୍ରେନ ସେବାକୁ ଆସନ୍ତା କାଲିଠାରୁ ଠାରୁ ନିମ୍ନ ମତେ ବାତିଲ କରିଅଛି I

ବାତିଲ ହେବାକୁ ଥିବା ଟ୍ରେନ :

୦୮୪୩୭/୦୮୪୩୮ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଭୁବନେଶ୍ୱର ଠାରୁ ୮ ଜୁଲାଇ ରୁ ଏବଂ ବ୍ରହ୍ମପୁର ଠାରୁ ୯ ଜୁଲାଇ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଅଛି I

indian railway

ଟ୍ରେନ ରହଣି ନକରିବାକୁ ଥିବା ଷ୍ଟେସନ ଗୁଡିକ :

୦୧୦୨୦/୦୧୦୧୯ ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଠାରେ ଉଭୟ ଦିଗରୁ ଜୁଲାଇ ମାସ ୯ ତାରିଖ ଠାରୁ ବାତିଲ କରାଯାଇଥିବାବେଳେ ୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ର ରହଣିକୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନ ଠାରେ ଆସନ୍ତା କାଲି ଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଅଛି I

(ଭୁବନେଶ୍ୱରରୁ ଅନୁଜ ଦାସଙ୍କ ରିପୋର୍ଟ)

Leave a Reply