ଚିରାଗ-ପଶୁପତି ଲଢେଇ: ହଟିଲେ ପୁତୁରା, ବସିଲେ ଦାଦା

ପାଟନା: ବିହାର ଲୋକଜନଶକ୍ତି ପାର୍ଟି ଦେଖିଲା ନୂଆ ନେତା । ଚିରାଗ ପାଶ୍ବାନଙ୍କ ବିରୋଧୀ ତଥା ଦାଦା ପଶୁପତି କୁମାର ପାରସ ହୋଇଛନ୍ତି ଦଳର ନୂଆ ନେତା । ଦଳର ସମସ୍ତ କାର୍ଯ୍ୟକଳାପ ସମ୍ପ୍ରତି ପଶୁପତିଙ୍କ ନେତୃତ୍ବରେ ଚାଲିବ । ଚିରାଗଙ୍କୁ ଦଳର ମୁଖ୍ୟ ପଦରୁ ପଶୁପତି ହଟାଇବା ସହ ୬ସାଂସଦଙ୍କ ମଧ୍ୟରୁ ୫ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ ପଶୁପତି । ଗତ ମଙ୍ଗଳବାର ଏଲଜେପି ସାଂସଦମାନେ ଚିରାଗଙ୍ଗୁ ଦଳର ସଭାପତି ପଦରୁ ହଟାଇବା ପରେ ଜରୁରୀ ବୈଠକ ଡାକି ପଶୁପତିଙ୍କୁ ଦଳର ସଭାପତି ନିର୍ବାଚିତ କରିଛନ୍ତି ।

ଦାଦାଙ୍କୁ ମନାଇବାରେ ଚିରାଗ ବିଫଳ ହେବା ସହ ନିଜ ଦଳରେ ବେଶ୍ ଅସହାୟ ହୋଇପଡିଛନ୍ତି । ଲୋକସଭା ବାଚସ୍ପତି ଓମ ବିରଲା ବି ପଶୁପତିଙ୍କୁ ସଂସଦୀୟ ଦଳ ନେତା ଭାବେ ସ୍ବୀକୃତି ଦେଇଥିଲେ । ୬ଥର ବିଧାୟକ ଥିବା ତଥା ୭୧ ବର୍ଷ ବୟସ୍କ ପଶୁପତିଙ୍କ ଗୋଟିଚାଳନାରେ ଚିରାଗଙ୍କ ରାଜନୈତିକ ଭବିଷ୍ୟତ ପ୍ରାୟତଃ ଚୂନା ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସଙ୍କ ଅଘୋଷିତ ମ୍ୟାନେଜର ଭାବେ ପରିଚିତ ପଶୁପତି ଏବେ ସମଗ୍ର ଦଳକୁ ନିଜ କବଜାକୁ ନେଇଛନ୍ତି ।

Leave a Reply