ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ

ଭଦ୍ରକ: ସ୍କୁଲ ପିଲାଙ୍କ ଅସ୍ବାଭାବିକ ଆଚରଣ । କିଛି ଛାତ୍ରଛାତ୍ରୀ ଛୋଟେଇ ଛୋଟେଇ ଚାଲିବା ସହିତ କେତେବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି, ତ ପୁଣି କେତେବେଳେ ଠୋଠୋ ହୋଇ ହସୁଛନ୍ତି । ସ୍କୁଲରେ ସୃଷ୍ଟି ହୋଇଛି ଅସ୍ବାଭାବିକ ପରିସ୍ଥିତି । ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଅଢୁଆଁ ନୋଡାଲ ପ୍ରାଇମେରୀ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

୧୦ ଦିନ ହେଲା ୫ ରୁ ୭ ଜଣ ଛାତ୍ରଛାତ୍ରୀ ଅସ୍ବାଭାବିକ ଆଚରଣ କରୁଛନ୍ତି । ବରଗଛ ମୂଳକୁ ନେଇଯିବାକୁ କାନ୍ଦି କାନ୍ଦି ନେହୁରା ହୋଇ କହୁଥିବା ଦେଖିବାକୁ ମିଳୁଛି । ବରଗଛ ମୂଳକୁ ନେଇ ଝୁଣା, ଧୂପ ଦେବାପରେ ପିଲା ଭଲ ହୋଇଯାଉଛନ୍ତି । ଏହି ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଏନେଇ ଗତକାଲି ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ ଆଜି ଜଣେ ଗୁଣିଆ ଆସି ଝଡ଼ାଫୁଙ୍କା କରୁଛନ୍ତି । ସ୍କୁଲରେ ଚାଲିଛି ପୂଜାପାଠ । ତେବେ ଆଜିର ଯୁଗରେ ଏଭଳି ଘଟଣାକୁ ନେଇ ଲୋକଙ୍କ ବିଶ୍ବାସ ଓ ଅନ୍ଧବିଶ୍ବାସ ଉପରେ ପ୍ରଶ୍ନ ସୃଷ୍ଟି ହେବା ସହ ନାନା ଚର୍ଚ୍ଚା ହେଉଛି ।