ପଞ୍ଜାବରେ ସରକାର ଗଢ଼ିବ ଆପ୍! ଚରଣଜିତ୍ ସିଂ ଚନ୍ନି ଓ ନବଜୋତ୍ ସିଂ ସିଦ୍ଧୁ ପଛୁଆ
1 min readଚଣ୍ଡିଗଡ଼: ପଞ୍ଜାବରେ ସରକାର ଗଢ଼ିବ ଆମ୍ ଆଦମୀ ପାର୍ଟି । ଆଜି ଗଣତି ଆରମ୍ଭରେ ଏହି ଟ୍ରେଣ୍ଡ ସାମ୍ନାକୁ ଆସିଛି । ଗଣତି ଆରମ୍ଭ ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ପଞ୍ଜାବରେ ବହୁମତ ହାସଲ କରିବ ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ଆସନରୁ ବର୍ତ୍ତମାନ ସୁଦ୍ଧା ୧୧୫ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସି ସାରିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ୧୧୫ ଆସନରୁ ଆମ୍ ଆଦମୀ ପାର୍ଟି ୮୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୬ଟି ଆସନରେ ଆଗୁଆ ରହିଛି । ସେହିପରି ଶିରୋମଣୀ ଅକାଳୀ ଦଳ ୧୦ଟି ଆସନ ଓ ଭାରତୀୟ ଜନତା ପାର୍ଟି ୫ଟି ଆସନରେ ଆଗୁଆ ରହିଛି ।
#PunjabElections2022 | AAP crosses majority mark in Punjab, in early trends; CM Channi, Captain Amarinder Singh, Navjot Sidhu trailing pic.twitter.com/1mZXnX4ULK
— ANI (@ANI) March 10, 2022
ତେବେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଏକତରଫା ବିଜୟ ଲାଭ କରୁଥିବାରୁ ଦେଖିବାକୁ ମିଳିଛି । ଏଥିସହ ଆଉ ଏକ ବଡ଼ ଖବର ପଞ୍ଜାବରେ ଦେଖିବାକୁ ମିଳୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଲଢ଼ିଥିବା ଦୁଇଟି ଆସନରେ ପଛୁଆ ରହିଛନ୍ତି । ସେହିପରି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଅମୃତସର ଇଷ୍ଟ ଆସନରେ ପଛୁଆ ରହିଛନ୍ତି । ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାପଟେନ ଅମିରନ୍ଦର ସିଂ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛୁଆ ରହିଛନ୍ତି । ପ୍ରଥମ ରାଉଣ୍ଡରେ ପଟିଆଲା ଆସନରୁ ଅମିରନ୍ଦର ସିଂଙ୍କୁ ୩ ହଜାରୁ ଅଧିକ ଭୋଟରେ ପଛରେ ପକାଇଛନ୍ତି ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂ କୋହଲି ।