spot_img

Latest Posts

ବିରାଟଙ୍କୁ ଏମିତି ମେସେଜ କରିଥିଲେ ପାକିସ୍ତାନୀ କ୍ରିକେଟର 

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ମ୍ୟାଚ ଗୁଡ଼ିକ ଯେତିକି ରୋମାଞ୍ଚକ ହୋଇଥିଲା ସେତିକି ବିବାଦୀୟ ମଧ୍ୟ ହୋଇଥିଲା । ତେବେ ଆପଣଙ୍କ ନିଶ୍ଚିତ ମନେ ଥିବ କି, ନବୀନ ଉଲ୍ଲହକ ଏବଂ କୋହଲିଙ୍କ ବିବାଦ । ଯାହାକି ପଡ଼ିଆରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ଉଗ୍ରରୂପ ନେଇଥିଲା । ଉଭୟ ବିବାଦରେ ଗମ୍ଭୀରଙ୍କ ଏଣ୍ଟ୍ରିକୁ ନେଇ ମଧ୍ୟ ଢ଼େର ଚର୍ଚ୍ଚା ହୋଇଥିଲା । ଯଦିଓ ଏବେ ନବୀନ ଏବଂ କୋହଲିଙ୍କ ସମ୍ପର୍କ ବେଶ ଭଲ ରହିଛି କିନ୍ତୁ ସେଦିନର ସେହି ବିବାଦକୁ ନେଇ ଆଜି ମଧ୍ୟ ବହୁ ତର୍କ ବିତର୍କ ଦେଖିବାକୁ ମିଳେ । କିଏ କୋହଲିଙ୍କୁ ସପୋର୍ଟ କରୁଛନ୍ତି ତ ଆଉ କେହି କେହି ଗମ୍ଭୀରଙ୍କ ପାଇଁ ନବୀନଙ୍କୁ ମଧ୍ୟ ଠିକ ବୋଲି କହିଛନ୍ତି । ତେବେ ସେ ଯାହା ବି ହେଉ ସେ ବିବାଦ ଛୁଟି ଯାଇଛି । ଆଉ ନିକଟରେ ଯାଇଥିବା ବିଶ୍ବକପରେ କୋହଲି ଏବଂ ନବୀନଙ୍କ ବନ୍ଧୁତ୍ବ ଦେଖିବାକୁ ମିଳିଥିଲା ।

ଏବେ ଆପଣ ଭାବୁଥିବେ କି, ତାହେଲେ ଆମେ କାହିଁକି ପୁଣିଥରେ ପୁରୁଣା ବିବାଦକୁ ମନେ ପକାଇଲୁ। ତେବେ ପାକିସ୍ତାନର ଭେଟେରାନ ବ୍ୟାଟ୍ସମ୍ୟାନ ଇମାମ ଉଲକହ ଏହି ଘଟଣାକୁ ମନେ ପକାଇଛନ୍ତି। ସେ କହିଛନ୍ତି ପାକିସ୍ତାନୀ କ୍ରିକେଟର ସଲମାନ ଅଲ୍ଲୀ ନବୀନ ଏବଂ କୋହଲିଙ୍କ କଳି ପରେ ବିରାଟଙ୍କୁ ମେସେଜ କରିଥିଲେ । ଇନଷ୍ଟାଗ୍ରାମରେ ମେସେଜ କରି ଲେଖିଥିଲେ କି, ଭାଇ ’ଇଜି ହୋ ଯାଅ’ । ଯାହାକୁ ପୁଣିଥରେ ମନେ ପକାଇଛନ୍ତି ଇମାମ ଉଲକହ। ସେ କହିଛନ୍ତି କି, ସେଦିନ କଥା ବେଶ ମନେ ରହିଛି । କୋହଲି ଜଣେ ଭଲ କ୍ରିକେଟର ମଜାଳିଆ ଢ଼ଙ୍ଗରେ ଖେଳାଳିଙ୍କ ସହ ମିଶିଥାନ୍ତି । କିନ୍ତୁ ସେଦିନର ସେହି ଘଟଣା ଆଉ ଗମ୍ଭୀରଙ୍କ ଏଣ୍ଟ୍ରି ବେଶ ଚର୍ଚ୍ଚା ହୋଇଥିଲା । ବିସିସିଆଇ କୋହଲି ଏବଂ ଗମ୍ଭୀରଙ୍କ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଥିଲା ।  ସେପଟେ ଏହି ଘଟଣାରେ ନବୀନ ଉଲ୍ଲହକଙ୍କ ମଧ୍ୟ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା । ନିକଟରେ ଯାଇଥିବା ବିଶ୍ବକପରେ ଉଭୟ ଭଲ ବନ୍ଧୁଭାବେ ନଜର ଆସିଥିଲେ ।

 

Latest Posts

Don't Miss