ପାକିସ୍ତାନ ବାହାରେ ଏସିଆ କପ୍ ହେଲେ ଖେଳିବନି ପାକ୍ ଟିମ୍: ରମିଜ ରାଜା
1 min readନୂଆଦିଲ୍ଲୀ: ପୁଣି ଧମକ ଦେଲେ ପିସିବି ଅଧ୍ୟକ୍ଷ ରମିଜ ରାଜା । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜା କହିଛନ୍ତି ଯେ ଯଦି ୨୦୨୩ର ଏସିଆ କପ୍ ପାକିସ୍ତାନରେ ନହୁଏ ତେବେ ତାଙ୍କ ଟିମ୍ ଟୁର୍ଣ୍ଣାମେଣ୍ଟ ଖେଳିବ ନାହିଁ । ଭାରତୀୟ ଦଳ ପାକିସ୍ତାନ ଆସିବନାହିଁ, କେବଳ ଏହି କାରଣରୁ ଟୁର୍ଣ୍ଣାମେଣ୍ଟର ସ୍ଥାନ ସ୍ଥାନାନ୍ତର ନକରିବା ଆବଶ୍ୟକ । ଭାରତ ନଆସିଲେ ନାହିଁ, କିନ୍ତୁ ନିର୍ଦ୍ଧାରିତ ସ୍ଥାନ ବଦଳିଲେ ସର୍ବ ପ୍ରଥମେ ପାକିସ୍ତାନ ଦଳ ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ପ୍ରତ୍ୟାହର କରିନେବ ।
ରାୱଲ ପିଣ୍ଡିରେ ଇଂଲଣ୍ଡ-ପାକିସ୍ତାନ ଟେଷ୍ଟ ମ୍ୟାଚ ସମୟରେ ପିସିବି ଅଧ୍ୟକ୍ଷ କହିଛନ୍ତି, ଆମେ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବା ପାଇଁ ବ୍ୟଗ୍ର ନାହୁଁ । ହୋଷ୍ଟିଂ ରାଇଟସ ଆମକୁ ଭିକରେ ମିଳିନାହିଁ । ଆଇସିସି ଫେୟାର ପ୍ରୋସେସ ଜରିଆରେ ଆମକୁ ଏସିଆ କପ୍ ହୋଷ୍ଟ କରାଇବାର ଦାୟିତ୍ୱ ମିଳିଛି । ୨୦୨୩ର ଏସିଆ କପ୍ ସେପ୍ଟେମ୍ବରରେ ପାକିସ୍ତାନରେ ହେବାର ଅଛି । ଏହାପରେ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବ ।
ଦନିକିଆ ବିଶ୍ୱକପ୍ କାରଣରୁ ଚଳିତ ଥର ଏସିଆ କପ୍ ୨୦ ସ୍ଥାନରେ ୫୦ ଓଭରର ହେବ । ଏସିଆ କ୍ରିକେଟ ବୋର୍ଡ ସଭାପତି ତଥା ବିସିସିଆଇ ସଚିବ ଜୟ ଶାହ କହିଥିଲେ ଯେ ଟିମ୍ ଇଣ୍ଡିଆ ରାଜନୈତିକ କାରଣରୁ ପାକିସ୍ତାନ ଯାଇ ପାରିବ ନାହିଁ । ଏସିଆ କପର ହୋଷ୍ଟିଂ ରାଇଟସ ପାକିସ୍ତାନ ପାଖରେ ଅଛି, କିନ୍ତୁ ଟୁର୍ଣ୍ଣାମେଣ୍ଟ ଲୋକେଶନ ସ୍ଥାନାନ୍ତର କରି ନ୍ୟୁଟ୍ରାଲ ଭେନ୍ୟୁରେ ମଧ୍ୟ ମ୍ୟାଚ୍ କରାଯାଇ ପାରିବ ।
ଏହାର ଜବାବରେ ପିସିବି ମୁଖ୍ୟ କହିଥିଲେ ଯେ, ଯଦି ଭାରତୀୟ ଦଳ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ ତେବେ ପାକିସ୍ତାନ ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଖେଳିବାକୁ ଆସିବ ନାହିଁ । ସୂଚନାଥାଉକି, ଭାରତୀୟ ଦଳ ୨୦୦୮ରେ ଶେଷଥର ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଯାଇଥିଲା । ସେହିପରି ପାକିସ୍ତାନ ଦଳ ୨୦୧୬ରେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ ଶେଷ ଥର ଭାରତ ଆସିଥିଲା ।