ଭାରତର ପଦକ୍ଷେପ ଦେଖି ଛାନିଆ ହେଲାଣି ପାକିସ୍ତାନ, କାଲି ବସିବ ପାକ୍ ସଂସଦର ସ୍ଵତନ୍ତ୍ର ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ :  ଭାରତ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହି କାରଣରୁ ପାକିସ୍ତାନ ଆଜିକାଲି ଭୟରେ ବଞ୍ଚୁଛି। ଭାରତ ସୀମାନ୍ତ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ପୁଣି ଥରେ ଗୁଳିମାଡ଼ କରିଛି। ପହଲଗାମକୁ ନେଇ ଉତ୍ତେଜନା ମଧ୍ୟରେ, ପାକିସ୍ତାନ ସେନା ଦ୍ୱାରା ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଅନ୍ୟପକ୍ଷରେ, ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଛନ୍ତି। ଭାରତର ପଦକ୍ଷେପ ଦେଖି ଡରିଗଲାଣି ପାକିସ୍ତାନ। ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ ପାକିସ୍ତାନ ରାଷ୍ଟ୍ରପତି। ଆସନ୍ତାକାଲି ବସିବ ପାକିସ୍ତାନ ସଂସଦର ସ୍ବତନ୍ତ୍ର ଅଧିବେଶନ। ଏନେଇ ରାତି ଅଧିଆ ନୋଟିସ ଜାରି କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦ୍ଦାରୀ। ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦେଖି ସ୍ଵତନ୍ତ୍ର ଅଧିବେଶନ ଡକାଯାଇଛି।

ପାକିସ୍ତାନର ଜାତୀୟ ପରିଷଦର ଅଧିବେଶନ ୫ ମଇରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ଭାରତର କାର୍ଯ୍ୟକୁ ନିନ୍ଦା କରି ଏକ ମିଳିତ ପ୍ରସ୍ତାବ ମଧ୍ୟ ଆଗତ ହୋଇପାରେ। ଅନ୍ୟପଟେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଭୟଭୀତ, ସେଥିପାଇଁ ଅନେକ ହୋଟେଲ ଏବଂ ହଜାର ହଜାର ମଦ୍ରାସା ବନ୍ଦ କରିଦିଆଯାଇଛି।