ଡିବି ଜାଳିବ ପାକିସ୍ତାନ !

1 min read

ବିଜୁଳି ବଦଳରେ ଡିବି ଓ ଲଣ୍ଠନ ବ୍ୟବହାର  କରିବେ ପାକିସ୍ତାନ ବାସୀ  ।  ପାକିସ୍ତାନ ର କରାଚୀ ସହରରେ ଗୁରୁତ୍ବପୂର୍ଣ୍ଣ ଗତିବିଧି ଚାଲିବା କାରଣରୁ ପ୍ରଭାବିତ ସ୍ଥାନ ମାନଙ୍କରେ ବିଜୁଳି ବନ୍ଦ ରହିବ   ।  ସହରର ଏକ ମାତ୍ର ବିଜୁଳି ଯୋଗାଣକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ଗତିବିଧି ଚାଲିବା କାରଣରୁ ପ୍ରଭାବିତ ହେଉଥିବା ଜାଗା ଗୁଡିକ ହେଲା ଔରଙ୍ଗି ଟାଉନ୍ , ଗଡୈପ୍, ଏୟାର ପୋର୍ଟ-୨, କ୍ବିନସ୍ ରୋର୍ଡ ଗ୍ରିଡ୍ ସାମିଲ୍ ରହିଛି   । ଜିଓ ଟିଭି ରିପୋର୍ଟ ଆଧାରରେ କରାଚୀ ଅଞ୍ଚଳରେ ବିଜୁଳି କେଉଁ କେଉଁ ସମୟରେ ବନ୍ଦ ହେବ ତାର ସୂଚନା ମଧ୍ୟ ଦିଆଯାଇଛି  । ଗୁରୁତ୍ବପୂର୍ଣ୍ଣ ଗତିବିଧି କାରଣରୁ ଔରଙ୍ଗି ଟାଉନ୍ ପାଇଁ  ସକାଳ ୯.୩୦ ରୁ ଦିନ ୨ ଟା , ଗଡୈପ୍ ପାଇଁ ସକାଳ ୯ଟାରୁ ସଂନ୍ଧ୍ୟା ୬ ଟା ,ଏୟାରପୋର୍ଟ -୨ ରେ ସକାଳ ୧୦ ଟାରୁ ସଂନ୍ଧ୍ୟା ୬ ଟା ଯାଏଁ ଏବଂ କ୍ବିନସ୍ ରୋର୍ଡ ଗ୍ରିଡ୍ ରେ ସକାଳ ୯ଟାରୁ ସଂନ୍ଧ୍ୟା ୬ ଟା ଯାଏଁ ବିଜୁଳି ସରବରାହ ବନ୍ଦ ରହିବ  । ଗୁରୁତ୍ବପୂର୍ଣ୍ଣ ଗତିବିଧି ଚାଲିବା ଦ୍ବାରା ଏହି ଅଞ୍ଚଳରେ ସବୁ ବିଜୁଳି ସରବରାହ ବନ୍ଦ ରହିବ   ।