ପାକିସ୍ତାନର ବହୁ ସହରରେ ପେଟ୍ରୋଲ ଶେଷ, ଏମ୍‌ଟିଏମରେ ନାହିଁ ଟଙ୍କା

1 min read

ଇସ୍‌ଲାମାବାଦ: ପାକିସ୍ତାନ ଜାତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ମହମ୍ମଦ ହାଫିଜ ନିକଟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ପେଟ୍ରୋଲ ପମ୍ପରେ ତେଲ ଅଛି ନା ଏଟିଏମ୍‌ରେ ଟଙ୍କା । ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକିସ୍ତାନର ବଡ଼ ଆର୍ଥିକ ସଂକଟର ସମ୍ମୁଖିନ ହେଉଛି । ଏହି ସଂକଟ ମଧ୍ୟରେ ପାକିସ୍ତାନର ଶାହାବାଜ୍ ସରିଫ୍ ଗୋଟିଏ ଝଟକାରେ  ପେଟ୍ରୋଲ- ଡିଜେଲ ଦାମ୍ ୩୦ ଟଙ୍କା ପ୍ରତି ଲିଟର ଯାଏଁ ବଢ଼ିବା ସହ ସାଧାରଣ ଲୋକଙ୍କ ଅବସ୍ଥା ବିଗାଡ଼ି ଦେଇଛି ।

ମହଙ୍ଗା ମାଡ଼ ରେକର୍ଡ ଭାଙ୍ଗୁଥିବା ବେଳେ ରାଜନୈତିକ ମାହୋଲ ଅସ୍ଥିର ରହିଛି । ବିଗତ କିଛି ମାସ ହେଲା ଭୁଶୁଡ଼ିପଡ଼ିଥିବା ଅର୍ଥବ୍ୟବସ୍ଥାକୁ ସଜାଡ଼ିବାରେ ଲାଗିଥିବା ପାକିସ୍ତାନ ସଫଳ ହେଲା ଭଳି ମନେ ହେଉନି । ଶ୍ରୀଲଙ୍କା ଭଳି ପାକିସ୍ତାନର ଅବସ୍ଥା ମଧ୍ୟ ଅଧିକ ଦୟନୀୟ ହେଲା ଭଳି ମନେ ହେଉଛି ।

Pakistan's unending economic crisis: Imran govt needs $51.6 billion external financing over two year period - India News News

ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ହେତୁ ପାକିସ୍ତାନ ସରକାର ପେଟ୍ରୋଲିୟମ୍ ପ୍ରଡକ୍ସ ଉପରେ ୩୦ ଟଙ୍କା  ପ୍ରତି ଲିଟର ବଢ଼ାଦେଇଛନ୍ତି । ଏହା ସହିତ ପେଟ୍ରୋଲ ଡିଜେଲ ଦର ସବୁତକ ରେକର୍ଡ ଭାଙ୍ଗିଦେଇଛି । ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ପ୍ରତି ଲିଟର ୧୮୦ ଟଙ୍କା, ଡିଜେଲ ଦର ପ୍ରତି ଲିଟର ୧୭୪ ଟଙ୍କା ଏବଂ କିରୋସିନି ୧୫୬ ଟଙ୍କାରେ ପହଞ୍ଚିଛି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଘୋଷଣା ପରେ ତେଲ ଟ୍ୟାଙ୍କି ସାମ୍ନାରେ ଲମ୍ୱା ଲାଇନ ଦେଖିବାକୁ ମିଳିଛି ।

Pakistan Raises Fuel Prices in Effort to Stabilize Economy - The New York Times

ତେବେ ଦର ବୃଦ୍ଧି ସତ୍ତ୍ୱେ ପାକିସ୍ତାନ ସରକାରଙ୍କୁ ଡିଜେଲ ପ୍ରତି ଲିଟର ପିଛା ୫୬.୭୧ ପଇସା, ପେଟ୍ରୋଲ ୨୧.୮୩ ପଇସା ଏବଂ କିରୋସିନି ୧୭.୦୨ ପଇସାର ସବସିଡି ବୋଝ ଉଠାଇବାକୁ ପଡ଼ୁଛି । ଅର୍ଥାତ ସବ୍‌ସିଡି ହ୍ରାସ କରିବାର ଏବେ ମଧ୍ୟ ଆବଶ୍ୟକତା ରହିଛି । ଯଦି ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ଋଣ ନେବାର ଅଛି ଏହି ପେଟ୍ରୋଲିୟମ୍ ପ୍ରଡକ୍ଟ ଉପରେ ସବ୍‌ସିଡିକୁ ସମ୍ପୂର୍ଣ୍ଣ ହ୍ରାସ କରିବାକୁ ପଡ଼ିବ ।

Pakistan to see inflation if Afghanistan suffers humanitarian crisis: report - Pakistan - DAWN.COM

ମଇ ୨୬ରେ ପାକିସ୍ତାନ ଏବଂ ଆଇଏମଏଫ୍ ମଧ୍ୟରେ ହୋଇଥିବା ବୈଠକରେ ୯୦୦ ମିଲିୟନ୍ ଡଲାରର ଋଣ  ପ୍ରଦାନ ନେଇ ସହମତି ହୋଇଥିବା ବେଳେ ବିଦ୍ୟୁତ ଏବଂ ତୈଳ ଉପରେ ସବସିଡି ହ୍ରାସ କରିବା ପାଇଁ ସର୍ତ୍ତ ରଖାଯାଇଛି । ଏଣୁ ପାକିସ୍ତାନ ସରକାର ଆଇଏମ୍ଏଫ୍ ଠାରୁ ଋଣ ପାଇବା ନେଇ ସାଧାରଣ ଜନତାଙ୍କ ଉପରେ ବୋଝ ଲଦିବାକୁ ପଡ଼ୁଛି ।

IMF officially approves $650bn new reserves for member countries - Business Recorder

କୁହାଯାଉଛି ବିଜୁଳି ଦର ୧୨ ଟଙ୍କା ୟୁନିଟ ଯାଏଁ ବୃଦ୍ଧି ହୋଇପାରେ । ଯେଉଁଥିରେ ୫ଟଙ୍କା ପ୍ରତି ୟୁନିଟର ସବସିଡିକୁ ବନ୍ଦ କରିବାକୁ ପଡ଼ିବ । ଏହା ପୂର୍ବରୁ ପାକିସ୍ତାନରେ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା । ପ୍ରତି ୟୁନିଟ ୪.୮୦ ପଇସା ବୃଦ୍ଧି ହୋଇଥିଲା ।

ନଗଦ ଅର୍ଥର ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ନିକଟରେ ବିଦେଶୀ ମୁଦ୍ରା ଭଣ୍ଡାର ଚଳିତ ମାସରେ ୧୦.୧ ଅରବ ଡଲାରରେ ସୀମିତ ହୋଇଯାଇଛି । ଏତେ କମ୍ ବିଦେଶୀ ମୁଦ୍ରାର ଅର୍ଥ ହେଉଛି କେବଳ ଦୁଇ ମାସର ଖର୍ଚ୍ଚ ନେଇ ପାକିସ୍ତାନ ନିକଟରେ ଅର୍ଥ ରହିଛି ।

ଏଥିସହିତ ପଢ଼ନ୍ତୁ: ୧୭ ବର୍ଷିୟ ନାବାଳକଙ୍କୁ ବାହାହେଲେ ୩୨ ବର୍ଷିୟା ମହିଳା