ପାକିସ୍ତାନର ଆକ୍ରମଣକୁ ପଣ୍ଡ କଲା ଭାରତ, ଖସାଇଲା ପାକିସ୍ତାନୀ ଯୁଦ୍ଧ ବିମାନ
1 min read
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ୩ଟି JF-17 ଏବଂ F-16 ଯୁଦ୍ଧ ବିମାନକୁ ଖସାଇ ଦେଇଛି ଭାରତ । ଏହା ସହିତ ପାକିସ୍ତାନ ବାୟୁସେନାର AWACS ବିମାନକୁ ସେମାନଙ୍କ ନିଜ ପଞ୍ଜାବ ପ୍ରଦେଶରେ ଧ୍ୱଂସ କରାଯାଇଛି । ଏହି ବିମାନଟି ପାକିସ୍ତାନ ସୀମା ଭିତରେ ପଡିଥିବା କୁହାଯାଉଛି । ଏହା ବ୍ୟତୀତ , ସେନାର ବାୟୁ ପ୍ରତିରକ୍ଷା ୟୁନିୀଟ୍ ମଧ୍ୟ ସୀମାରେ ଡ୍ରୋନ୍ ଆକ୍ରମଣର ଜବାବ ଦେଇଥିଲେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ଗୁରୁବାର ଜମ୍ମୁର ଏକ ଏୟାରଷ୍ଟ୍ରିପ ଉପରେ ରକେଟ୍ ମାଡ଼ କରିଛି । ତଥାପି ଭାରତୀୟ ସେନାର ସତର୍କତା ଏବଂ ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରିଥିଲା ।
୩ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇଛି ଭାରତ
ଭାରତୀୟ ସେନାର ଆଧୁନିକ S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପାକିସ୍ତାନ ଦ୍ୱାରା ୮ଟି କ୍ଷେପଣାସ୍ତ୍ରକୁ ଆକାଶମାର୍ଗରେ ହିଁ ନଷ୍ଟ କରିଦେଇଛି । ସେନା ପକ୍ଷରୁ ସୂଚନାନୁଯାୟୀ, ଜମ୍ମୁ ଏୟାରଷ୍ଟ୍ରିପ୍ ଏହି କ୍ଷପଣାସ୍ତ୍ରଗୁଡିକର ଟାର୍ଗେଟ ଥିଲା, କିନ୍ତୁ ସମୟୋଚିତ ପଦକ୍ଷେପ ପାଇଁ ବଡ଼ କ୍ଷତି ଟଳି ଯାଇଛି । ଯେତେବେଳେ ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା , ସେତେବେଳେ ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର F-16 ଲଢୁଆ ବିମାନକୁ ଗୁଳିକରି ଖସାଇ ଦେଇଥିଲେ । ଏହା ସହିତ ପାକିସ୍ତାନ ଦ୍ୱାରା ଡ୍ରୋନ ମଧ୍ୟ ଭାରତ ସୀମାକୁ ପଠାଇଥିଲା , ଯାହାକୁ ବାୟୁସେନା ୟୁନିଟ୍ ସମୟ ମଧ୍ୟରେ ଖସାଇଦେଇଥିଲେ । ଅନ୍ୟପଟେ ଭାରତୀୟ ବାୟୁସେନା କହିଛି ଯେ, ଦେଶର ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ । ସେନା ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ଏବଂ ପ୍ରତିଶୋଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।