ସରିଲା ପ୍ରାର୍ଥୀପତ୍ର ଦାଖଲ, ଭୋଟ ଉପରେ ନଜର

1 min read

ବରଗଡ଼: ପଦମପୁର ଉପନିର୍ବାଚନ ପାଇଁ ସରିଛି ପ୍ରାର୍ଥୀପତ୍ର ଦାଖଲ  । ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ । ପଦମପୁର ନିର୍ବାଚନମଣ୍ଡଳୀରେ ରହିବ ମୋଟ 319 ବୁଥ୍ ।

ସେଥି ମଧ୍ୟରୁ 74 ଅତି ସମ୍ବେଦନଶୀଳ ଓ 52ଟି ସମ୍ବେଦନଶୀଳ । 3ଟି ବ୍ଲକରେ 6ଟି ପିଙ୍କ୍ ବୁଥ ଓ 10ଟି ମଡେଲ ବୁଥ ରହିବ । ମାଓ ଉପଦ୍ରୁତ ଅଞ୍ଚଳ ପାଇଁ 21 ତାରିଖରେ ଆହୁରି ଅର୍ଦ୍ଧ- ସାମରିକ ବାହିନୀ ମୁତୟନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି ।

ଉପ-ନିର୍ବାଚନକୁ ସୁରିଖୁରୁରେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି  । ବୁଥ ଗୁଡିକରେ କିପରି ମତଦାତା ଶାନ୍ତି ଶୃଙ୍ଖଳାର ସହ ମତ ସାବସ୍ତ୍ୟ କରିପାରିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ  ।