spot_img

Latest Posts

‘ରାଜଧାନୀରେ ଅକ୍ସିଜେନର ଅଭାବ ନାହିଁ, ବିଏମସି ସଜାଗ ରହିଛି’

ଭୁବନେଶ୍ୱର: ରାଜଧାନୀରେ ଅକ୍ସିଜେନର ଅଭାବ ନାହିଁ। ଏଥିପ୍ରତି ବିଏମସି ସଜାଗ ରହିଛି। କୋଭିଡ ରୋଗୀଙ୍କ କ୍ଷେତ୍ରରେ ଅକ୍ସିଜେନର ଆବଶ୍ୟକତା ଜରୁରୀ ରହିଛି । ମହାରାଷ୍ଟ୍ର ଓ ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ ପରିଲକ୍ଷିତ ହୋଇଛି କିନ୍ତୁ ଏହି ଘଟଣା ଭୁବନେଶ୍ୱରରେ ନାହିଁ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ସମସ୍ତ କ୍ଷେତ୍ରକୁ ଧ୍ୟାନରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ସମୀକ୍ଷା ବୈଠକରେ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ ଓ ଅକ୍ସିଜେନ ସପୋର୍ଟ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏଣୁ ବିଏମସିରେ ରୋଗୀଙ୍କ ସଂଖ୍ୟା ଓ ଶଯ୍ୟାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକତା ପୂରଣ କରାଯାଉଛି।

ଯେଉଁ ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି ସେଗୁଡିକୁ ହିଁ କୋଭିଡ ହସ୍ପିଟାଲ ଭାବେ ଗ୍ରହଣ କରାଯାଇଛି। ଏଣୁ ଭୁବନେଶ୍ୱରରେ କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

Latest Posts

Don't Miss