ଭୁବନେଶ୍ୱର: ବର୍ଷ ଆରମ୍ଭରୁ ବିଶ୍ୱକୁ ଆସ୍ୱସ୍ତି । କୋଭିଡ ଟିକା କୋଭିସିଲ୍ଡକୁ ମଳିଲା ଅନୁମତି । ଆଜି ଏନେଇ ଏକ ସ୍ୱତନ୍ତ୍ର ଏକ୍ସପର୍ଟ କମିଟି ଦ୍ୱାରା ମିଟିଙ୍ଗ ବସିଥିଲା । ଯେଉଁଥିରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡରେ ମୋହର ମାରିଛି କମିଟି । ଖୁବଶୀଘ୍ର ଦେଶରେ ଟିକା ବିତରଣ ହେବା ସହ ଜରୁରୀ କାଳୀନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି, ଓଡିଶା ପାଇଁ ଏହା ଅଧିକ ଆଶା ବଢାଇଛି ।

ଭାରତରେ ଟିକା ବିତରଣ ଯଦି ଦଲ୍ଦୀ ଆରମ୍ଭ ହୁଏ, ତେବେ ପ୍ରଥମେ କାହାକୁ ମିଳିବ ? କେଉଁ ଆଧାରରେ ମିଳିବ? ଟିକା ବଣ୍ଟନକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ଉତ୍କଣ୍ଠା । ଆଉ ଏହି ଉତ୍କଣ୍ଠାରେ ସର୍ବାଗ୍ରେ ରହିଛି ଓଡିଶା । ଏହାର ପ୍ରଥମ, କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମୁଖ୍ୟ ଆଦର ପୁନାୱାଲାଙ୍କ ସହ ପ୍ରଥମ ରାଜ୍ୟ ଭାବେ ଆଲୋଚନା କରିଛି ଓଡିଶା ।

ଯେତେବେଳେ ସମଗ୍ର ବିଶ୍ୱରେ କଠୋର ସାଜୁଥାଏ କୋଭିଡ । କରୋନାର କଲବଲ ହେଉଥାଇ ସମଗ୍ର ମାନବ ସମାଜ । କେନ୍ଦ୍ର ସରକରାଙ୍କ ସଟଡାଉନ ଏବଂ ଲକଡାଉନର କଡା କଟକଣା ବଳବତ୍ତର ରହିଥାଏ । ଠିକ ସେହି ସମୟରେ ଅର୍ଥାତ ଜୁଲାଇ ୨୨ ତାରିଖର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦର ପୁନାୱାଲାଙ୍କ ସହ କରିଥିଲେ ଆଲୋଚନା । କୋଭିଡ ଭ୍ୟାକ୍ସିନର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏବଂ ଭ୍ୟାକ୍ସିନ ଯଦି ଫଳପ୍ରଦ ହୁଏ ତେବେ ଓଡିଶାକୁ ଅଗ୍ରାଧିକାର ଆଧାରରେ ପ୍ରଦାନ କରିବା ନେଇ ମଧ୍ୟ ସହଯୋଗ ଲୋଡିଥିଲେ ।

ଆଲୋଚନା ପରେ ପୁନାଓ୍ୱାଲା ନବୀନ ପଟ୍ଟନାୟକଙ୍କ ସହ ବାର୍ତ୍ତାଳପ କରିଥିବା ନେଇ ଖୁସି ବ୍ୟକ୍ତ କରିଥିଲେ  । ଏନେଇ ଟ୍ବଟର ଯୋଗେ ସୂଚନା ମଧ୍ୟ ଦେଇଥିଲେ । ବର୍ତ୍ତମାନ ଡିସିଜିଆଇ କୋଭିସିଲ୍ଡକୁ ଅମୁମତି ଦେଇଥିବାବେଳେ ଓଡିଶାରେ ଖୁବୂ ଶୀଘ୍ର ଟିକା ବିତରଣ ନେଇ ଆଶା ପ୍ରକାଶ ପାଇଛି  ।  ଦେଶର ଅନେକ ରାଜ୍ୟରେ ଡ୍ରାଏ ରନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡିଶା ମଧ୍ୟ ଡ୍ରାଏ ରନ ପାଇଁ ପ୍ରସ୍ତୁତ ରହିଛି । ଏପଟେ ନୂଆବର୍ଷର ପ୍ରଥମ ଦିନରେ କୋଭିସିଲ୍ଡ ଟିକାକୁ ଅନୁମତି ମିଳିଛି, ଯାହା କରୋନାରୁ ବର୍ତ୍ତିବାକୁ ଆଶା ଜୁଟାଇଛି  ।

Leave a Reply