କବାଡି ଚାମ୍ପିୟନସିପ୍ ଉଦଘାଟନୀ ସମାରୋହରେ ଅଘଟଣ, ଷ୍ଟାଡିୟମ ଗ୍ୟାଲେରୀ ଭୁଶୁଡ଼ି ୧୫୦ରୁ ଅଧିକ ଦର୍ଶକ ଆହତ

ତେଲେଙ୍ଗାନା: କବାଡି ଚାମ୍ପିୟନସିପ୍ ଉଦଘାଟନୀ ସମାରୋହ ବେଳେ ଅଘଟଣ । ଭୁଶୁଡ଼ିଲା ଷ୍ଟାଡିୟମ ଗ୍ୟାଲେରୀ । ଉପସ୍ଥିତ ୧୫୦ରୁ ଉର୍ଦ୍ଧ୍ୱ ଦର୍ଶକ ଆହତ ହୋଇଥିବା ସୂଚନା । ତେଲେଙ୍ଗାନାର ସୂର୍ଯ୍ୟପେଟଠାରେ ଜାତୀୟ ଜୁନିୟର କବାଡ଼ି ଚାମ୍ପିୟନସିପ୍ ଆୟୋଜନ କରାଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୋମବାର ସନ୍ଧ୍ୟାରେ ଚାମ୍ପିୟନସିପ୍ ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ଷ୍ଟାଡିୟମ ଗ୍ୟାଲେରୀରେ ଭରପୁର ଦର୍ଶକ ଥିବା ବେଳେ ହଠାତ୍ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଥିଲା । ଫଳରେ ଶତାଧିତ ଦର୍ଶକ ଆହତ ହୋଇଥିଲେ । ଏଥିରେ କୌଣସି ଖେଳାଳି କିମ୍ବା ଚାମ୍ପିୟନସିପ୍ ପରିଚାଳନା ଅଧିକାରୀ ଆହତ ହୋଇ ନ ଥିବା ସୂଚନା ରହିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ଘଟଣାରେ କହାରି ମୃତ୍ୟୁ ହୋଇ ନ ଥିବା ପୋଲିସ କହିଛି ।

Leave a Reply