ଟେରର ଲିଙ୍କରେ NIAର ବଡ଼ ଆକ୍ସନ; ୧୦ରୁ ଅଧିକ ରାଜ୍ୟରେ ରେଡ୍, ୧୦୦ ଗିରଫ

1 min read

ନୂଆଦିଲ୍ଲୀ: ଟେରର ଲିଙ୍କରେ NIAର ବଡ଼ ଆକ୍ସନ । PFI ଉପରେ NIAର ଅପରେସନ ମିଡନାଇଟ । ରାତି ୧ଟାରୁ ସକାଳ ଯାଏଁ ମାରାଥନ ରେଡ୍‌। ଆତଙ୍କୀ କନେକ୍ସନ ଓ ବିଦେଶୀ ଫଣ୍ଡିଂ ଲିଙ୍କରେ ଚଢ଼ାଉ କରିଛି NIA ଓ ED । ୧୦ରୁ ଅଧିକ ରାଜ୍ୟର ୧୦୦ ସ୍ଥାନରେ ରେଡ୍ କରାଯାଇଛି। PFI ସହ ସମ୍ପୃକ୍ତ ପ୍ରାୟ ଶହେ ଜଣଙ୍କୁ ଗିରଫ କରାଯାଇଛି । ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମା ସଲାମ ଓ ଦିଲ୍ଲୀ ଅଧ୍ୟକ୍ଷ ପରବେଜ ଅହମ୍ମଦଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଆସାମ, ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ଚଢ଼ାଉ କରିଛି ଟିମ୍ । ୨୦୦ଶହରୁ ଅଧିକ NIA ମେମ୍ବର ଏହି ରେଡରେ ସାମିଲ ହୋଇଛନ୍ତି । ଏନଆଇଏ ରେଡକୁ ବିରୋଧ କରି କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରୁଥିବା PFI ଓ SDPI କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କେରଳରୁ ୨୨ଜଣ ଗିରଫ ହୋଇଥିବା ବେଳେ କର୍ଣ୍ଣାଟକରୁ ୨୦ଜଣ, ତାମିଲନାଡୁରୁ ୧୦, ମହାରାଷ୍ଟ୍ରରୁ ୨୦, ଆସାମରୁ ୯ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଦିଲ୍ଲୀରୁ ୩, ୟୁପିରୁ ୮, ପୁଡୁଚେରୀରୁ ୩, ମଧ୍ୟପ୍ରଦେଶରୁ ୪, ରାଜସ୍ଥାନରୁ ୨ଜଣଙ୍କୁ ଗିରଫ କରାଯାଛି । ଏବେ ବି ଅନେକ ରାଜ୍ୟରେ ରେଡ୍ ଜାରି ରହିଛି । ତଦନ୍ତକାରୀ ସଂସ୍ଥା  ଆତଙ୍କବାଦ ଲିଙ୍କ ମାମଲାରେ ହୋଇଥିବା ଗିରଫଦାରୀରୁ କେତେଜଣଙ୍କୁ ଦିଲ୍ଲୀ ଆଣି ଜେରା କରିପାରେ । ବିଭିନ୍ନ ରାଜ୍ୟରେ ରେଡ୍ ବେଳେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦିଲ୍ଲୀରେ ଏନଆଇଏ ହେଡକ୍ବାର୍ଟରର ସୁରକ୍ଷା ବଢ଼ାଇ ଦିଆଯାଇଛି ।