ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି

ଭୁବନେଶ୍ୱର: ରାଜଧାନୀରେ ନାବାଳିକାଙ୍କୁ ଗଣଦୁର୍ଷ୍କମ ମାମଲା । ଆଜି ମହିଳା କମିଶନରେ ହାଜର ହେବେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି । ମହିଳା କମିଶନରେ ହାଜର ହେଲା ପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି କରିବେ କମିଶନ । ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଶୁଣାଣି ହେବ । ଗଣଦୁର୍ଷ୍କମ ଘଟଣା ନେଇ ଓଟିଭି ଏମଡିଙ୍କ ପାଖରେ ଅଭିଯୋଗ କରିବା ପରେ, ସେ କଣ ପଦକ୍ଷେପ ନେଇଥିଲେ ସେନେଇ ପଚାରିବେ କମିଶନ ।

ଗତ ୧ ତାରିଖରେ ହାଜର ହେବା ପାଇଁ ଭୁବନେଶ୍ୱର ଡିସିପଙ୍କ ଜରିଆରେ ସମନ କରିଥିଲେ ମହିଳା କମିଶନ । ହାଜର ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ନହେବାକୁ ଓଟିଭି ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ପ୍ରତିନିଧି ପଠାଇ ପାରିବେ ବୋଲି କହିଥିଲେ କୋର୍ଟ । କିନ୍ତୁ କିଏ ହାଜର ହେବେ ଓ କିଏ ଅଥରାଇଜଡ ପର୍ସନ ସେନେଇ ଲିଖିତ ଆକାରରେ କମିଶନକୁ ଜଣାଇବେ । କିନ୍ତୁ ଓଟିଭି ଏମଡି ଲିଖିତ ଭାବେ ନଜଣାଇ ପିଆରଓଙ୍କୁ ପଠାଇଥିଲେ । ଫଳରେ ଶୁଣାଣି ହୋଇ ପାରିନଥିଲା ।

ନାବାଳିକା ଗଣଦୁର୍ଷ୍କମ ମାମଲା ନେଇ ପକ୍ଷ ରଖିବେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା

ସେପଟେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡଙ୍ଗୀ । ନାବାଳିକା ଦୁଷ୍କର୍ମ ଘଟଣାରେ ତାଙ୍କୁ ପ୍ରାୟ ୨ଘଣ୍ଟା ଧରି ଜେରା କରିଛି ମହିଳା ଥାନାର ପୋଲିସ । ପୂର୍ବରୁ ଓଟିଭର ଇନପୁଟ ଓ ଆଉଟପୁଟ ମୁଖ୍ୟ, ଓଟିଭିର ଏଚଆର ମୁଖ୍ୟ, ସହକାରୀ ଏଚଆର ମୁଖ୍ୟଙ୍କୁ ମଧ୍ୟ ଜେରା କରାଯାଇଛି ।

Leave a Reply