ଅଗଷ୍ଟ ୨୭ରେ ଓପିଏସସି ପ୍ରିଲିମ୍ ୨୦୨୦ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୨୭ରେ ଓପିଏସସି ପ୍ରିଲିମ୍ ୨୦୨୦ ଅନୁଷ୍ଠିତ ହେବ । ଦୁଇଟି ସିଟିଂରେ ପରୀକ୍ଷା ହେବ । ସକାଳ ୧୦ଟାରୁ ୩ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ୧୦ଟାରୁ ୧୨ ପର୍ଯ୍ୟନ୍ତ ସୋସିଆଲ ଷ୍ଟଡିଜ ପାର୍ଟ ୱାନ୍ ଏବଂ ୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଜେନେରାଲ ଷ୍ଟଡିଜ ପାର୍ଟ ୨ର ପରୀକ୍ଷା ହେବ ।
ଭିନ୍ନକ୍ଷମଙ୍କ ପାଇଁ ଏଥର ୪୦ ମିନିଟ୍ ଅଧିକା ସମୟ ମିଳିବ । ପରୀକ୍ଷା ପାଇଁ ପ୍ରବେଶ ପତ୍ର ଓପିଏସସି ୱେବସାଇଟରେ ମିଳିବ । ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁରରେ ପ୍ରିଲିମ୍ ଅନୁଷ୍ଠିତ ହେବ । ଏଥିସହ ସେପ୍ଟେମ୍ବରରେ ୨୦୧୯ର ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ।