ଆସନ୍ତାକାଲି ହେବ ଏଏସଓ ଲିଖିତ ପରୀକ୍ଷା, ସକାଳ ୯ଟାରୁ ୩ଟି ପର୍ଯ୍ୟାୟରେ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ହେବ ଏଏସଓ ଲିଖିତ ପରୀକ୍ଷା । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ପରୀକ୍ଷା ଦେବେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ । ଆସନ୍ତାକାଲି ସକାଳ ୯ଟାରୁ ୩ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି ।

ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ୭୯୬ ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ଏଥିପାଇଁ ଲିଖିତ ପରୀକ୍ଷା ଗତ ୨୧ ତାରିଖରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଯାଇଥିଲା । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ଆସନ୍ତାକାଲି ପରୀକ୍ଷା ଦେଇପାରିବେ ।