ବିଜେପି ବିରୋଧରେ ବିରୋଧୀ ଏକ, ମହାବୈଠକରେ ପଡ଼ିବ ମହାମେଣ୍ଟର ମୂଳଦୁଆ

1 min read

ପାଟନା: ନୀତୀଶଙ୍କ ବିରୋଧୀ ଏକତା ଅଭିଯାନ । ବିଜେପି ବିରୋଧରେ ବିରୋଧୀ ଏକ । ପାଟନାରେ ବିରୋଧୀ ଦଳର ମହାବୈଠକ । ବୈଠକ ଆରମ୍ଭରୁ AICC ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି ଅଭିଭାଷଣ ରଖିଛନ୍ତି । ରାହୁଲ କହିଛନ୍ତି, ଦେଶରେ ଦୁଇଟି ବିଚାରଧାରାର ଲଢ଼େଇ ଚାଲିଛି । କଂଗ୍ରେସର ଭାରତ ଯୋଡ଼ ବିଚାରଧାରା ଓ ବିଜେପିର ଭାରତ ତୋଡ଼ ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି । ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ହୋଇଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ପୁଣି କଂଗ୍ରେସ ଜିତିବ ବୋଲି ରାହୁଲ କହିଛନ୍ତି ।

ଆଜି ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ବିରୋଧୀଙ୍କ ଓ୍ବାନ ଇଜ ଟୁ ଓ୍ବାନ ଫାର୍ମୁଲାରେ ମୋହର ବାଜିପାରେ । ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ମିଳିତ ଭାବେ ଗୋଟିଏ ପ୍ରାର୍ଥୀ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇପାରେ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ ପରେ ଏହି ଫର୍ମୁଲାରେ ୨୪ ଜିତିବାକୁ ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶରେ ଗଣତନ୍ତ୍ରର ଓ ସମ୍ବିଧାନର ରକ୍ଷା ପାଇଁ ବିରୋଧୀ ଏକାଠି ହୋଇଛନ୍ତି ବୋଲି କଂଗ୍ରେସ କହିଛି । ତଦନ୍ତକାରୀ ସଂସ୍ଥା, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରର ଦୁରୂପଯୋଗ କରି ବିରୋଧୀ ଦଳ ନେତାଙ୍କୁ ବିଭିନ୍ନ ମାମଲାରେ ଫସାଉଛନ୍ତି । ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବ ।