ବିଧାନସଭାରେ ବିରୋଧୀଙ୍କ ମୁହଁରେ ୫-ଟିର ପ୍ରଶଂସା । କହିଲେ, ଟିମ୍ ଅଧିକ ବୁଲିଲେ ଲୋକେ ଉପକୃତ ହେବେ

1 min read

ଭୁବନେଶ୍ୱର : ଦେଢ଼ମାସ ତଳେ ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ସମସ୍ତ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗୁ ହୋଇଥିଲା ୫-ଟି କାର୍ଯ୍ୟକ୍ରମ । ଏହାର ଫୋସକ ଥିଲା ପଛୁଆ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବା । ଖାସ୍ ସେହିକାରଣରୁ କାର୍ଯ୍ୟକ୍ରମ ଲାଗୁ ହେବାର ୭ ଦିନ ପରେ ୫-ଟି ସଚିବଙ୍କ ପ୍ରଥମ ଗସ୍ତ ଥିଲା ସ୍ୱାଭିମାନ ଅଞ୍ଚଳ ମାଲକାନଗିରି । ଆଉ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଙ୍ଖି କାର୍ଯ୍ୟକ୍ରମକୁ କୌଣସି ସରକାରୀ ବିଧାୟକ ନୁହେଁ ବରଂ ବିରୋଧୀ ବିଧାୟକ ଆଜି ବିଧାନସଭାରେ ବେଶ୍ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଲୋକେ ଉପକୃତ ହେଉଥିବା କହିଛନ୍ତି କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ବିଧାନସଭାର ପ୍ରଶ୍ନକାଳରେ ୫-ଟିକୁ ପ୍ରସଂଶା  କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କହିଥିଲେ, ୫-ଟି ଲାଗୁ ହେବା ପରେ ମେଡିକାଲରେ ସୁଧାର ଆସିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଥିଲେ ଯେ, ୫-ଟି ଟିମ୍ ରାଜ୍ୟରେ ଅଧିକରୁ ଅଧିକ ବୁଲିବା ଦରକାର, ଯେଉଁଥିରେ ଲୋକେ ଉପକୃତ ହେବେ।

ଗାନ୍ଧି ଜୟନ୍ତୀରୁ ୫-ଟି କାର୍ଯ୍ୟକ୍ରମ ଏବଂ ମୋ ସରକାର ଥାନା ଓ ହସ୍ପିଟାଲରେ ଲାଗୁ କରାଯାଇଥିଲା । ଲୋକଙ୍କ ପାଖରେ ସେବା ପହଞ୍ଚାଇବା ସହ ସେମାନଙ୍କୁ ଠିକ୍ ସମୟରେ ସେବା ଦେବା ଏହାର ପ୍ରମୁଖ ଲକ୍ଷ୍ୟ ଥିଲା । ସରକାରୀ କାର୍ଯ୍ୟାଳୟରେ ସମସ୍ତ ସୁବିଧା  ଯୋଗାଇଦେବା ସହ ଥାନାକୁ ଆସୁଥିବା ଲୋକଙ୍କର ଫୋନ୍ ନମ୍ୱର ରଖାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କର ଫିଡବ୍ୟାକ୍ ନିଆଯାଉଥିଲା । ଦୁର୍ନୀତି ବିରୋଧରେ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଏକ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି । ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ୫-ଟି ସଚିବ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ସେମାନେ ବିଭିନ୍ନ ବ୍ଲକ୍ ମୁଖ୍ୟାଳୟ ପରିଦର୍ଶନ କରିବା ସହ ଛୋଟ ଛୋଟ ସହର ମଧ୍ୟ ବୁଲିଥିଲେ । ଯେଉଁଠି ଭୁଲ୍ ତ୍ରୁଟି ପରିଲକ୍ଷିତ ହେଉଥିଲା ସେଠି ସୁଧାରୁଥିଲେ ଏବଂ ଯେଉଁଠି ଅବହେଳା ଦେଖୁଥିଲେ, ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଥିଲା । ସାରା ରାଜ୍ୟରେ ଏହାର ଏକ ବଡ଼ ପ୍ରଭାବ ଅନୁଭୂତ ହୋଇଥିଲା ।

https://nandighoshatv.com5t-secretary-vk-pandian-reviews-healthcare-condition-other-facilities-at-scb-medical/

 

 

୫-ଟି କାର୍ଯ୍ୟକ୍ରମରେ ବହୁ ଓଏଏସ୍ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାହାକୁ ଚାକିରିରୁ ବହିସ୍କାର କରାଯାଇଛି ତ ଆଉ କାହାର ପେନସନ୍ ବନ୍ଦ କରାଯାଇଛି । ନିକଟରେ ପୋଲିସ ବିଭାଗର ସର୍ବୋଚ୍ଚ ପଦବୀ ପୋଲିସ ଡିଜିଙ୍କ ବଦଳି ୫-ଟିରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଥିଲା ।

https://nandighoshatv.comthe-biggest-action-of-5-t-till-now/

୫-ଟି ଏବଂ ମୋ-ସରକାରକୁ ଡିସେମ୍ୱରରୁ ଆଉ ୫ଟି ବିଭାଗରେ ଲାଗୁ କରିବାକୁ ସରକାର ଉଦ୍ୟମ କରୁଥିବା ସୂଚନା ମିଳିଥିଲା । ତେବେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସମସ୍ତ ବିଭାଗରେ ମୋ-ସରକାର କାର୍ଯ୍ୟକ୍ରମ ଲାଗୁ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

https://nandighoshatv.commou-signed-between-govt-of-odisha-and-jpal-organisation/

Leave a Reply