‘ଅପରେସନ ସିନ୍ଦୂର’କୁ ନେଇ ଏମିତି କହିଲେ ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ବିନୟଙ୍କ ପତ୍ନୀ

ନନ୍ଦିଘୋଷ ବ୍ୟୁରୋ: ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ବଦଲା ନେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଛି କଡ଼ା ଟକ୍କର ।  ତେବେ ଏହି ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଲେଫ୍ଟନାଣ୍ଟ ବିନୟ ନରଓ୍ବେଲ ପ୍ରାଣ ହରାଇଛନ୍ତି । ନବିବାହିତ ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖିନଥିବାବେଳେ ଏହି ଅପରେସନ ସିନ୍ଦୂରକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ହିମାଂଶୀ । ସେ କହିଛନ୍ତି କି, ମୋ ସ୍ବାମୀ ଦେଶର ଶାନ୍ତି ଏବଂ ଆତଙ୍କବାଦୀଙ୍କ ନିପାତ ପାଇଁ ସେନାରେ ଯୋଗ ଦେଇଥିଲେ । ମାତ୍ର ତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏଣୁ ତାଙ୍କୁ ସହିଦ ମାନ୍ୟତା ଦିଆଯାଉ । କେନ୍ଦ୍ର ସରକାରଙ୍କ ପାଖରେ ସେ ଏଭଳି ନିବେଦନ ଜଣାଇଛନ୍ତି ।

ତେବେ ଅପରେସନ ସିନ୍ଦୂର ପାଇଁ ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି କି, ଏହାକୁ ବନ୍ଦ ନକରି ଚାଲୁ ରଖନ୍ତୁ । ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ ମୂଳପୋଛ କରାଯାଉ । ଏହାଦ୍ବାରା ଯେଉଁମାନେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପ୍ରତି ପ୍ୟକୃତ ଶ୍ରଦ୍ଧାଞ୍ଜଳି ହେବ ।