ଅପରେସନ ସିନ୍ଦୂର: ପାକିସ୍ତାନ ଗୁଳିମାଡରେ ସାତ ଜଣ ସାଧାରଣ ନାଗରିକ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂରରେ ପ୍ରତିକ୍ରିୟାଶୀଳ ହୋଇ ଏଲଓସିରେ ପାକିସ୍ତାନ ପଟୁ ଘନଘନ ଗୁଳିମାଡ ଚାଲିଛି । ପାକିସ୍ତାନ ଗୁଳିମାଡରେ ସାତ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ଜଣାପଡିଛି । ପାକିସ୍ତାନ ପଟୁ ହୋଇଥିବା ଗୁଳିଗୋଳା ମାଡର ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ଆକ୍ରମଣରେ ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୭ ଜଣ ମୃତକ ପୁଞ୍ଚ ଜିଲ୍ଲାର ବୋଲି ଜଣା ପଡିଛି । ପୁଞ୍ଚର ୩୮ ଜଣ ମଧ୍ୟ ଆହତ ହୋଇଛନ୍ତି ।

ସେହିଭଳି ଉରି ସେକ୍ଟରରେ ମଧ୍ୟ ପ୍ରବଳ ଗୁଳିବାରି ଜାରି ରହିଛି । ଏଠାରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ରଜୌରୀ ଜିଲ୍ଲାରେ ଗୁଳିମାଡ ଯୋଗୁଁ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ସମଗ୍ର ଏଲଓସି ଅଞ୍ଚଳ ଅଶାନ୍ତ ହୋଇପଡିଛି ।