spot_img

Latest Posts

PNBରେ କେବଳ ୨୫୦ଟଙ୍କାରେ ଖୋଲନ୍ତୁ ଆକାଉଣ୍ଟ, ମାଚ୍ୟୁରିଟି ପରେ ମିଲିବ ୧୫ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ଝିଅ ପାଇଁ ଏକ ଭଲ ବିନିଯୋଗ କରିବକୁ ଚାହୁଁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏକ ଯୋଜନା ବିଷୟରେ ଅବଗତ କରାଇବୁ । ଯେଉଁଠାରେ ଆପଣ ମାତ୍ର କିଛି ଟଙ୍କା ବିନିଯୋଗରେ ଏକ ଆକାଉଣ୍ଟ୍ ଖୋଲିପାରିବେ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିପାରିବେ | PNBରେ ମାତ୍ର ୨୫୦ଟଙ୍କା ବିନିଯୋଗରେ, ଆପଣ ଆପଣଙ୍କ ଝିଅର ବିବାହଠାରୁ ଆରମ୍ଭ କରି ତାର ପାଠପଢା ପର୍ଯ୍ୟନ୍ତ ଏକ ବଡ଼ ଧନରାଶୀ ସଞ୍ଚୟ କରିପାରିବେ ।

ଏହି ଯୋଜନା ସହ ଜଡିତ କିଛି ବିଶେଷ କଥା

ଯଦି ଆପଣ PNB ରେ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସର୍ବନିମ୍ନ ୨୫୦ ଟଙ୍କା ଜମା କରିବାକୁ ପଡ଼ିବ । ଯେଉଁଠାରେ ଆପଣ ସର୍ବାଧିକ ,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଆକାଉଣ୍ଟଟି ଝିଅଟିକୁ ୨୧ ବର୍ଷ ହେବା ପର୍ଯ୍ୟନ୍ତ ପରିଚାଳିତ ହୋଇପାରିବ ଯଦି ଆପଣ ଚାହାଁନ୍ତି, ମାଚ୍ୟୁରିଟି ରାଶି ଝିଅ ୧୮ ବର୍ଷ ହେବା ପରେ ବାହାର କରିପରିବେ ।

ଗୋଟିଏ ପରିବାରର ଦୁଇ ଝିଅଙ୍କ ପାଇଁ ଆକାଉଣ୍ଟ୍

PNB ରେ, ଗୋଟିଏ ପରିବାରର ସର୍ବାଧିକ ଦୁଇଟି ଝିଅଙ୍କ ପାଇଁ ଏହି ଆକାଉଣ୍ଟ ଖୋଲାଯାଇପାରିବ ଏହି ଯୋଜନା ଅଧୀନରେ, ପିତାମାତା କିମ୍ବା ଅଭିଭାବକ ଗୋଟିଏ ଝିଅଙ୍କ ନାମରେ PNB ରେ କେବଳ ଗୋଟିଏ ଖାତା ଖୋଲିପାରିବେ ଝିଅଟିର ବୟସ ୧୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।

ମାଚ୍ୟୁରିଟି ପରେ, ମିଳିବ ୧୫ ଲକ୍ଷରୁ ଅଧିକ ଟଙ୍କ

ଯଦି ଆପଣ ଏହି ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ବିନିଯୋଗ କରନ୍ତି, ଅର୍ଥାତ୍ ବାର୍ଷିକ ୩୬୦୦୦ ଟଙ୍କା ବିନିଯୋଗ କରନ୍ତି । ତେବେ ୧୪ ବର୍ଷ ପରେ, ଆପଣ ବାର୍ଷିକ ୭.୬ ସୁଧହାରରେ ୯,୧୧,୫୪୪ ଟଙ୍କା ପାଇବେ ୨୧ ବର୍ଷରେ ଅର୍ଥାତ୍ ମାଚ୍ୟୁରିଟି ପରେ ଆପଣ ୧୫,୨୨,୨୨୧ ଟଙ୍କା ପାଇବେ ।

 ଆକାଉଣ୍ଟ ଖୋଲିବାକୁ ହେଲେ କଣ ଆବଶ୍ୟକ ?

PNB ଯେକୌଣସି ଶାଖାରୁ ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲିପାରିବେ । ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ଫର୍ମ, ଝିଅଟିର ଜନ୍ମ ପ୍ରମାଣପତ୍ର, ଜମାକାରୀଙ୍କ ପରିଚୟ କାର୍ଡ ଯେମିତି କି ପାନ କାର୍ଡ, ରେସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ଇତ୍ୟାଦି । ଜମାକାରୀଙ୍କ ଠିକଣାର ପ୍ରମାଣ ପାଇଁ ପାସପୋର୍ଟ, ରାସନ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋନ୍ ବିଲ୍ ଇତ୍ୟାଦି ଏବଂ ଟଙ୍କା ଜମା କରିବା ପାଇଁ ନେଟବ୍ୟାଙ୍କିଙ୍ଗ ମଧ୍ୟ ବ୍ୟବହାର କରିପାରିବେ

Latest Posts

Don't Miss