ପୁଣି ବିଦ୍ୟୁତ ତାର ନେଲା ଦନ୍ତା ଜୀବନ

ଅନୁଗୋଳ: ସାତକୋଶିଆରେ ଦନ୍ତା ଶିକାର । ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ମୃତ । ସାତକୋଶିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ହାତୀ ମୃତ । ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ହାତୀର ମୃତଦେହ ଠାବ କରାଯାଇଛି ।

ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ ହୋଇଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ହାତୀଟି ଦୁଇଦିନ ତଳୁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହାତୀର ମୃତ୍ୟୁ କେବେ ଓ କାହିଁକି ହୋଇଛି ସ୍ପଷ୍ଟ ହେବ । କିଛିଦିନ ପୂର୍ବରୁ କେନ୍ଦୁଝରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।