ଲୁଟ୍ ବେଳେ ଡକାୟତ ଓ ପୋଲିସ ମୁହାଁମୁହିଁ, ଏନକାଉଣ୍ଟରରେ ଜଣେ ମୃତ

ରାଞ୍ଚି: ଝାଡ଼ଖଣ୍ଡରେ ପୋଲିସର ଲାଇଭ ଏନକାଉଣ୍ଟର । ଫିଲ୍ମ ଷ୍ଟାଇଲରେ ଡକାୟତଙ୍କୁ ଏନକାଉଣ୍ଟର କଲା ପୋଲିସ । ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଅଫିସରୁ ଲୁଟ ଉଦ୍ୟମ ବେଳେ ଜଣେ ଏମବିଏ ଛାତ୍ରଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଧାନବାଦରେ ଥିବା ମୁଥୁଟ ଫିନକ୍ରପ ଗୋଲ୍ଡ ଲୋନ୍ ସଂସ୍ଥା ଅଫିସରେ ପଶି ୫ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ୟମ କରିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ସୁନା ଓ ଟଙ୍କା ଲୁଟ କରୁଥିବା ବେଳେ ପୋଲିସକୁ ଦେଖି ଚମ୍ପଟ ମାରିଥିଲେ । ଡକାୟତମାନଙ୍କୁ ପିଛା କରିବା ସହ ପୂରା ଫିଲ୍ମ ଷ୍ଟାଇଲରେ ରାଜରାସ୍ତାରେ ଫାୟାରିଂ କରିଥିଲା ପୋଲିସ । ଗୁଳି ଶବ୍ଦ ଶୁଣି ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।

ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କଠାରୁ ପୋଲିସ ୩ଟି ବନ୍ଧୁକ ଜବତ କରିଛି । ମୃତକ ଜଣଙ୍କ ଜଣେ ଏମବିଏ ଛାତ୍ର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କଲେଜ ଯିବା ନାଁରେ ଘରୁ ଆସି ଛାତ୍ର ଜଣଙ୍କ ଡକାୟତି କରୁଥିଲେ ।