ସେଦିନ ମହାପ୍ରଭୁଙ୍କ ମହାପ୍ରସାଦକୁ ପ୍ରଶଂସା କରୁଥିଲେ ସିଦ୍ଧାର୍ଥ , ଭାଇରାଲ ହେଉଛି ‘ବିଗବସ୍’ର ଏହି ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ସେଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦକୁ ମନେ ପକାଉଥିଲେ  । ଛୋପନ ଭୋଗର ବାଖ୍ୟା କରୁଥିଲେ  । କେତେ ସୁନ୍ଦର ଚାରି ଧାମ ଭିତରୁ ଶ୍ରୀକ୍ଷେତ୍ର ଧାମ  । କେତେ ଲୋଭନୀୟ ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ  । ଲୋକପ୍ରିୟ ଟେଲିଭିଜନ ସୋ ବିଗବସରେ ଏମିତି କିଛି ଶ୍ରୀମନ୍ଦିରକୁ ନେଇ ଆଲୋଚନା କରୁଥିଲେ ପ୍ରତିଯୋଗୀ  । ଆଉ ସେହି ପ୍ରତିଯୋଗୀ ମାନଙ୍କ ଭିତରେ ଆଜିର ଦିବଙ୍ଗତ ଟେଲି ଅଭିନେତା ସିଦ୍ଧାର୍ଥ ଶୁକ୍ଲା  । ପରବର୍ତ୍ତୀ ସମୟରେ ସେ ହିଁ ହୋଇଥିଲେ ବିଗବସ ୧୩ର ବିଜୟୀ  । କିନ୍ତୁ ଛପନଭୋଗର ବାଖ୍ୟା କରୁଥିବା ସିଦ୍ଧାର୍ଥ ସବୁଦିନ ପାଇଁ ବିଦାୟୀ  ।

 

ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ସେହି ଭିଡିଓ  । ଯେଉଁଦିନ ଶ୍ରୀମନ୍ଦିରକୁ ନେଇ ଆଲୋଚନା କରୁଥିଲେ ବିଗବସ ପ୍ରତିଯୋଗୀ  । ଆଲୋଚନା ହେଉ ହେଉ ସିଦ୍ଧାର୍ଥ ତତକ୍ଷଣାତ କହିଥିଲେ, ମୋତେ ବହୁତ ଭଲ ଲାଗେ ଶ୍ରୀକ୍ଷେତ୍ର ଧାମ  । ଆହୁରି ଭଲ ଲାଗେ ମହାପ୍ରଭୁଙ୍କ ମହାପ୍ରସାଦ ଛପନ ଭୋଗ  । ମୁଁ ବହୁତ ଭଲ ପାଏ ଛପନ ଭୋଗ ଖାଇବାକୁ  । ସତରେ ଅତ୍ୟନ୍ତ ଚମତ୍କାର ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା  ସ୍ୱାଦିଷ୍ଟ ଛପନଭୋଗ  । ଏବଂ ସାଥି ପ୍ରତିଯୋଗୀ ମଧ୍ୟ ସେଠାରେ ବଖାଣିଥିଲେ ଛପନଭୋଗର ପ୍ରସ୍ତୁତି ପ୍ରକ୍ରିୟା  ।

ସେଫାଲି ଜରିୱାଲା, ଆରତି ସିଂହ, ସିଦ୍ଧାର୍ଥ ସୁକ୍ଳା ଏବଂ ପାରସ ଛାବ୍ରା ଗୋଟେ ଏପିସୋଡ୍‌ରେ ପୁରୀ ଶ୍ରୀମନ୍ଦିର ବିଷୟରେ କଥା ହେଉଥିଲେ। ଠିକ୍‌ ସେହି ସମୟରେ ସିଦ୍ଧାର୍ଥ ଶୁକ୍ଳା ଛପନଭୋଗର ସ୍ୱାଦକୁ ନେଇ ବେଶ୍‌ ପ୍ରଶଂସା କରିଥିଲେ। ଏହାପରେ ସାଥି ଆରତି ସିଂହ ଛପନ ଭୋଗର ଅର୍ଥ ପଚାରିଥିଲେ। ଆଉ ଏହାର ଉତ୍ତର ଦେଇ ସେଫାଳି ଜରିୱାଲା କହିଥିଲେ ଯେ,ଏହା ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ହେଉଥିବା ୫୬ଟି ସ୍ୱାଦିଷ୍ଟ ଖାଦ୍ୟ । କିପରି ଗୋଟିଏ ଚୁଲିରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ତାହାକୁ ବର୍ଣ୍ଣନା କରିଥିଲେ  ।

ସକାଳୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ସିଦ୍ଧାର୍ଥ ଶୁକ୍ଲା  । ବିଶ୍ୱାସ କରୁନଥିବା ଅସଂଖ୍ୟ ଶୁଭେଛୁ ଏବଂ ପ୍ରଶଂସକ ମଧ୍ୟ ଶେଷରେ ବାଧ୍ୟ ହୋଇଥିଲେ ବିଶ୍ୱାସ କରିବାକୁ  । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥ ଅକସ୍ମାତ ଆଖି ବୁଝିଥିଲେ  । ଏବଂ ଅଗଣିତ ପ୍ରଶଂସକଙ୍କ ଆଖିରୁ ଲୁହ ଝରାଇବାକୁ ବାଧ୍ୟ କରିଥିଲେ  । କିନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସିଦ୍ଧାର୍ଥଙ୍କ ଛପନଭୋଗର ବାଖ୍ୟା ଜଗନ୍ନାଥଙ୍କ ପ୍ରତି ଥିବା ସମର୍ପଣକୁ ପୁଣି ସତେଜ କରିଦେଇଛି  ।

Leave a Reply