କେଉଁ ଦିନ ପାଳନ କରିବେ ଦୀପାବଳି ? ଏନେଇ ଜ୍ୟୋତିଷ କ‘ଣ କହୁଛନ୍ତି ଜାଣନ୍ତୁ

1 min read

ପୁରୀ : ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ । କ୍ଯାଲେଣ୍ଡରରେ ରହିଛି ଭିନ୍ନ ଭିନ୍ନ ମତ । ଲୋକଙ୍କ ଭ୍ରମ ଦୂର କଲେ ପୁରୀ ଜ୍ଯୋତିର୍ବିଦ । ଚଳିତବର୍ଷ ବିଭିନ୍ନ କ୍ୟାଲେଣ୍ଡର ରେ ୩୧ ତାରିଖ ଦିନ କାଳୀପୂଜା ତଥା ୧ ତାରିଖ ଦିନ ଦୀପାବଳି ପାଳନ କରିବାକୁ କୁହାଯାଇଛି । ୩୧ ତାରିଖ ରାତି ୧ ତାରିଖ ଦିନ ଅମାବାସ୍ଯା ତିଥି ରହୁଥିବାରୁ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ପାଞ୍ଜି ଗଣନାଙ୍କ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତିକରି ଅମାବାସ୍ୟା ଗଣନା ହୋଇଥାଏ l ଶ୍ରୀମନ୍ଦିର ସଂସ୍କୃତି ଅନୁଯାୟୀ ସୂର୍ଯ୍ଯୋଦୟ ପରେ ତିଥି ରହିଲେ ସେଦିନ ଏହାକୁ ପାଳନ କରାଯାଇଥାଏ । ତେଣୁ କାଳୀପୂଜା ମଧ୍ଯରାତ୍ରୀରୁ କରାଯାଉଥିବାରୁ ୩୧ ତାରିଖ ରାତିରେ ଦେବୀ ପୂଜା କରିବା ସହ ୧ ତାରି ଶ୍ରୀମନ୍ଦିରେ ଦୀପାବଳି ପାଳନ କରାଯିବ । ସେହିଦିନ ଶ୍ରୀମନ୍ଦିର ନିକଟରେ ଶ୍ରଦ୍ଧାଳୁ ମାନେ ପ୍ରୟା ଶ୍ରାଦ୍ଧ ପାଳନ କରି ସହ ବଡୁ ବଡୁଆ ଡାକିବେ  l

ପୂର୍ବରୁ କୁମାର ପୂର୍ଣ୍ଣିମାକୁ ନେଇ ମଧ୍ଯ ଦ୍ୱନ୍ଦ୍ୱ ଉପୁଜୁଥିଲା l ଶାସ୍ତ୍ର ମତ ଅନୁସାରେ ଚଳିତ ବର୍ଷ ୨ଟି ତିଥି ରହୁଥିବା ହେତୁ ଦ୍ୱନ୍ଦ୍ୱ ଉପୁଜୁଛି । ତେବେ ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ପରାମର୍ଶ ଦେଇନ୍ତି ପୁରୀର ଜ୍ଯୋତିର୍ବିଦ । ୩୧ତାରିଖ ଦିନ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦେବୀ ପିଠ ମାନଙ୍କରେ କାଳୀପୂଜା କରିବାକୁ କୁହାଯାଇଛି । ୧ ତାରିଖ ଦିନ ଦୀପାବଳି ଅମାବାସ୍ୟା, ଶ୍ରାଦ୍ଧ ଓ ଘର ମାନଙ୍କରେ ଦୀପ ଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି l ଦୈନନ୍ଦିନ ଚଳଣି ନେଇ ହିନ୍ଦୁ ଧାର୍ମିକ ବ୍ୟବସ୍ଥାରେ ପଞ୍ଜିକା ର ପ୍ରଚଳନ ରହିଥିବା ବେଳେ ପାଞ୍ଜିକାର ସଠିକ ତଥ୍ୟ ରହିବା ଲୋକଙ୍କ ପାଇଁ କଲ୍ୟାଣକାରୀ ବୋଲି କହିଛନ୍ତି ଜ୍ଯୋତିର୍ବିଦ ।